STORYMIRROR

bishnu padhi

Romance

2  

bishnu padhi

Romance

ତୁମ ସ୍ମୃତି

ତୁମ ସ୍ମୃତି

1 min
99

ତେଲ ନଦୀ କୂଳେ

ନୀଳ ଅମ୍ବର ତଳେ

କଦମ୍ବ ମୂଳେ

ତୁମ ସ୍ମୃତି ବିଚରଣ କରେ

ମୋ ମାନସ ପଟରେ

ସା ୟଂ କଳାର ଲୋହିତ ରଶ୍ମି

ଲୁଚକାଳି ଖେଳେ ।

ମୋ ଦୀପ୍ତିମାନ ସ୍ଥିତି

ମଣି ପରି ଯୋଜଲ୍ୟ ମାନ କରେ ।।

ତୁମ ସାନିଧ୍ୟ ପାଇବାର ଆସେ

ମୁଁ ନିଜକୁ ବିସର୍ଜନ କରେ

ମାଆ ଗଙ୍ଗା ର ପଣତ କାନି ରେ ।

ମୁଁ ହୋଇଯାଏ ସ୍ଥିତ ପ୍ରଜ୍ଞ

ଆଉ ତୁମେ................

ପଦ୍ମ ପରି ଫୁଟି ଉଠ

ମୋ ସମଗ୍ର ଶରୀରେ ।

ତୁମ ସୌରଭ ଆଘ୍ରାଣେ

ମୁଁ ମତୁଆଲା ମହୁମାଛି ପରି ।।



Rate this content
Log in

Similar oriya poem from Romance