Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradipta Sundar Rath

Romance

4  

Pradipta Sundar Rath

Romance

ଲୁଣ....ଅଟେ ତୋ ଭଲପାଇବା

ଲୁଣ....ଅଟେ ତୋ ଭଲପାଇବା

1 min
233


(କିଛି ହସ କିଛି ହସ ...ଖାଲି ହସର କବିତା 

       ଦୁଃଖରେ ବି ହସିପାରେ କବି ଏକା )


ପ୍ରିୟା ତୁ ଶୁଣ୍

କହନା କମି ଅଛି କଣ

ପାଶେ ଆଜି ସାରି ବନ୍ଧୁ

ଅଛି ବି ପାଶେ ତୋର ସେ ପ୍ରଭୁ

ପାଇଛି ସବୁ ମୋ ସପନ

ମନର ଆଶା ସବୁ ପୂରଣ

ତୁ କହ ପ୍ରିୟା କାହିଁ...କାହିଁ

ହୃଦୟ ଆଜି ନୁହେଁ ଖୁସି

କହନା କମି ଅଛି କଣ

ଆଜି ବି ସୁଆଦି ନୁହେଁ ଜୀବନ

ନୀରବେ ଏ ହୃଦୟ କହେ

ନାହିଁ ଲୁଣ ଏ ମୋ ଜୀବନରେ

ଓଃ ପ୍ରିୟା ...ପ୍ରିୟା

ପ୍ରିୟା ତୁ ଶୁଣ୍ 

ଜୀବନ ଯଦି ହୁଏ ମୋ ଓଡିଆ ଡାଲମା

ଲୁଣ ...ଅଟେ ତୋ ଭଲପାଇବା ।।


ଥିଲା ମୋର ଭୁଲ୍ 

ଚାହିଁଥିଲି ତତେ.. ଭୁଲି ସବୁ ବିଲକୁଲ 

ସବୁକିଛି ପାଇଯାଇଛି ଆଜି

ଫେରିଆ ତୁ ଏବେ ...ଅଛୁ କେଉଁଠି

ସୁଆଦି ନୁହେଁ ମୋ ଜୀବନ

ବିନା ତୋ ପ୍ରେମ ଲୁଣ

 ଓଃ ପ୍ରିୟା

ପ୍ରିୟା ତୁ ଶୁଣ୍ 

ଜୀବନ ଯଦି ହୁଏ ମୋ ଓଡିଆ ଡାଲମା 

ଲୁଣ ଅଟେ ତୋ ଭଲପାଇବା ।।


ଚାହୁଁନି ତତେ ..ପାଶେ ସବୁବେଳେ

ଫେରିଆ ତୁ ବାସ୍ ଥରେ ...ଦିନର ଶେଷରେ

ନୁହେଁ ବେଶୀ ଟିକେ ଦେ ସମୟ

ଭରିଦେ ହସି ..ପ୍ରେମେ ମୋ ହୃଦୟ

ସବୁଥାଇ ତୋ ବିନା

ପ୍ରିୟା ...

    ହସି ମୁ ପାରେନା

ଜାଣିଛି ମୁ ପ୍ରିୟା ମୋର

ବେଶୀ ଲୁଣ ଭାରି ବିରକ୍ତିକର

ତଥାପି ଲୁଣ ବିନା

     ଡାଲମା ସୁଆଦ ଲାଗେନା

ଫେରିଆ ତୁ ପ୍ରିୟା

ଓଃ ପ୍ରିୟା …

ଜୀବନ ଯଦି ହୁଏ ମୋ ଓଡିଆ ଡାଲମା 

ଲୁଣ ଅଟେ ତୋ ଭଲପାଇବା ।।


Rate this content
Log in

Similar oriya poem from Romance