STORYMIRROR

Satyabati Swain

Romance

4  

Satyabati Swain

Romance

ନିର୍ବୋଧ

ନିର୍ବୋଧ

1 min
289


ତୁମେ ନୀଳ ପରି

ହୃଦୟକୁ ମୋରି

ମିଠା ଯନ୍ତ୍ରଣାରେ

କର ଏତେ ସରି !


ତୁମ ନୀଳ ନୟନେ

ଭରା ତ୍ରିଭୁବନ

ଡାଲିମ୍ବ ଓଠରେ ତୁମ

ଅଛି କାମ କମାଣ।


ମୁର୍କୀ ମୂର୍କି ହସରେ

ସାରା ଦୁନିଆଁ ବସ

ମାରଣ ଚାହାଁଣିରେ

ପ୍ରେମ ନିଆଁର ଧାସ।


କଥା ମହୁଗୋଳା

କୋଟି ହୃଦ ପାଗଳା

ସ୍ୱପ ସୁନ୍ଦରୀ ତୁମେ

ରାତି ହୁଏ ଘାଇଲା।


ଟିକିଏ ତୁମ ସଙ୍ଗ

ଲୋଡ଼େ ପ୍ରେମିଳ ମନ

ମୋ ମନ ଚଢେଇ

ଉଡେ ତୁମ ଗଗନ।


ବୋଲ ଜମା ମାନୁନି

ମୋ ପଞ୍ଜୁରୀ ଛାଡି

ତୁମ ପଞ୍ଜୁରୀ ପାଖେ

ଯାଏ ନିଇତି ଉଡି।


ପରଦା ଉହାଡ଼ରେ

ଏକ ଆଖି ଦିଶେ

ମନକୁ ଆକର୍ଷି ମୋ

ହୃଦୟରେ ବସେ।।


ଚିହ୍ନା କି ଜଣା ନାହିଁ

ତଥାପି  କେଜାଣି

ତା ପାଇଁ ବହି ଯାଏ

ସେନେହ ସୁଅ ଉଜାଣି।


ମନ ଚଗଲା ପକ୍ଷୀ

କେତେବେଳେ କା'ରେ

ବାସଇ ରସଇ ବନ୍ଧୁ

ଅଜଣା ଏଇ ସହରେ।


ଏଇ ଆମ ପୃଥିବୀ 

ଭାରି କ୍ରୁର କଦାକାର

ବୁଝେ ନାହିଁ କେହି

ଦରଦୀ କଷ୍ଟ ହୃଦୟର।


ତେବେ ବି ଏ ମଣିଷ

ନିର୍ବୋଧ ହୁଏ ପାଗଳ

ମୃଗ ତୃଷ୍ଣାର ପଛେ

ସଦା ବିକଳ ବିଧୁର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance