STORYMIRROR

Mahesweta Panigrahi

Romance

4  

Mahesweta Panigrahi

Romance

ଏ ପ୍ରିୟ ମୋର

ଏ ପ୍ରିୟ ମୋର

1 min
381


ସୂକ୍ଷ୍ମ ଜୀବନେ ତୁମରି ବିହୁନେ

କେମିତି ବଞ୍ଚିବି କୁହ 

ପ୍ରିୟ ତୁମେ ମୋର ଅତି ଆପଣାର

ତୁମ ପାଇଁ ଏକା ମୋହ।


ଛୁଇଁ ଦେଇ ମୋତେ ନିଜର କରିଛ

ନୂଆ ଯୌବନ ଦେହ 

ଅଙ୍ଗେଅଙ୍ଗେ ମୋର ଭରା ମାଦକତା

ଅମାପ ଭରିଛ ସ୍ନେହ।


ଉଷ୍ମତା ମୋର ପ୍ରତିଟି ଶ୍ୱାସରେ

ଦେହେ ଖେଳେ ଶିହରଣ 

ପୂର୍ଣ୍ଣତା ଭରା ଯୌବନ ପୁଣି

କରେ ମୋତେ ଆଲିଙ୍ଗନ।


ସ୍ଵଳ୍ପ ଆୟୁଷରେ ସତେ କି ପୀୟୂଷ

ସ୍ୱପ୍ନ ଭଳି ଲାଗେ ଯାହା 

ସରୁ ଏ ଆୟୁଷ ନ ସରୁ ପୀୟୂଷ

ମୋ ପ୍ରିୟ ଯୌବନ ଆହା।


ଶତ ସିଂହର ପରାକ୍ରମ ଭରା

ଶରୀରେ ଅଛି ମୋ ବଳ 

ଏମିତି ଜୀବନେ ଯୌବନ ଥାଇ

ପୁରି ଯାଉ ମୋର କାଳ।



Rate this content
Log in

Similar oriya poem from Romance