STORYMIRROR

Smrutiranjan Das

Romance

4  

Smrutiranjan Das

Romance

ତୁମ ପାଇଁ

ତୁମ ପାଇଁ

1 min
283

କାହିଁ କେତେ ଦିନୁ 

ଦୁନିଆର ଭିଡ ମଧ୍ଯରେ 

ମୁଁ ବଞ୍ଚୁଥିଲି ଏକା 

ସାଙ୍ଗରେ ନେଇ ମୋ ନୀରବତା ।

ମନର ଗଭୀରତମ ସ୍ଥାନରେ 

ରହି ଯାଇଥିଲା କିଛି ଅକୁହା କଥା 

ଆଉ ଅଜଣା ବ୍ଯଥା ।

ସେଥି ପାଇଁ ବୋଧେ 

ହରାଇ ବସୁଥିଲି ତୁମେ ଦେଉଥିବା ଆକର୍ଷଣ 

ଆଉ ଭାବପ୍ରବଣତା ।


କେବେ ଭାବି ନଥିଲି 

ଜୀବନରେ ଏମିତି ଏକ ଦିନ ଆସିବ 

ତୁମ ସହ ଦେଖା ହେବ ।

ତୁମେ ଆସିଲ 

ମୋ ନୀରବତା ସହ କଥା ହେଲ 

ଠିକ୍ ଏକ ପ୍ରଗଳ୍ଭ ନାୟକଟେ ପରି ।

କେଜାଣି କି ଯାଦୁ ଜାଣିଥିଲ ତୁମେ 

ହୃଦୟର ଏଇ ବନ୍ଦ ଫାଟକକୁ ଖୋଲିଦେଲ 

ବାରମ୍ବାର ମୋତେ ସମ୍ମୋହିତ କରି ।

ଚୁପି ଚୁପି କାନ ପାଖେ କହି ଗଲ ଆଜି 

ମୋତେ କୁଆଡେ ବଞ୍ଚିବାକୁ ଅଛି 

ପ୍ରେମିକାଟେ ସାଜି ।


ତୁମ କଥା ମାନି ପ୍ରେମିକା ସାଜିଲା ପରେ ଇଚ୍ଛାହୁଏ 

ହରାଇ ଦିଅନ୍ତି କି ନିଜ ସତ୍ତା 

ସାଗରେ ତଟିନୀ ପ୍ରାୟେ ।

ମିଶି ତୁମ ଆତ୍ମା ସହ 

ହୁଅନ୍ତି କି ଏକାକାର 

ମାନ ଅଭିମାନ ଆତ୍ମଗ୍ଳାନୀ ସବୁ ପୋଛିଦେଇ 

ମୋ ନୟନୁ ବହି ଯାଅନ୍ତ ତୁମେ 

ଲୁହ ସାଜି ଝରଝର ।

ଆଉ ମୁଁ 

ଦେହ ମନ ପ୍ରାଣ ସବୁ ସମର୍ପି ଦିଅନ୍ତି 

ଦୁନିଆକୁ ଭୁଲିଯାଇ 

ତୁମ ପ୍ରେମର ନିଶାରେ ମତୁଆଲା ହୋଇ 

ଝୁମି ଉଠନ୍ତି 

ବାହୁ ବନ୍ଧନରେ ତୁମକୁ ଚାପିଧରି 

ଅନୁଭବ କରନ୍ତି 

ସେ ସ୍ବର୍ଗୀୟ ତୃପ୍ତି, ଆଉ ଶାନ୍ତି 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance