STORYMIRROR

Smrutiranjan Das

Others

4  

Smrutiranjan Das

Others

ତୁଣ୍ଡେ ଦିଅ ତବ ପଦ ପୀୟୂଷ

ତୁଣ୍ଡେ ଦିଅ ତବ ପଦ ପୀୟୂଷ

1 min
304

(ଛନ୍ଦ :- ଆଷାଢ଼ ଶୁକ୍ଳ )


ଭାବଗ୍ରାହୀ ନାମ ଶୁଣିଛି ମୁହିଁ 

ଦାସପଣେ ତେଣୁ ଆସିଛି ଧାଇଁ 

ଦରଶନ ଦିଅ କଳା ଠାକୁର 

ସମର୍ପିବି ତନୁ ପରାଣ ମୋର 

ଅଶ୍ରୁରେ ମୋହର 

ଧୋଇବି ପ୍ରଭୁ ହେ ପଦ ତୁମ୍ଭର 


ଛାଡି ଆସିଛି ମୁଁ ଘର ସଂସାର 

ସେବିବାକୁ ପ୍ରଭୁ ଅଙ୍ଗ ତୁମ୍ଭର 

କାଳିଆ ଛଳନା କରନା ଜମା 

ଦର୍ଶନାଭିଳାଷୀ ମନ ମାନେନା 

ଖୋଲ ହେ ପହଡ 

ଜାଣୁ ମନ ତୁମ ହୃଦୟ ବଡ 


ଜାଣେ ନାହିଁ ପୂଜା ଜାଣେନା ଭକ୍ତି 

ତୁମ ବିନା ପ୍ରଭୁ ନାହିଁ ମୋ ଗତି 

କରୁଣା ସାଗର ତୁମ୍ଭେ ହେ ନାଥ 

ଧର ପ୍ରଭୁ ବାରେ ଅଧମ ହାତ 

ତୁମ୍ଭେ ନ ରଖିଲେ 

ଭାସି ଯିବି ପ୍ରଭୁ ଏ ଭବଜଳେ ।


ପାପୀ ଟିଏ ମୁହିଁ ଜଗତ ସାଇଁ 

ଚରଣ ବନ୍ଦନା ଜାଣିବି କାହିଁ 

ମୁହଁ ମୋଡ଼ ନାହିଁ କଳା ଠାକୁର 

ପର କର ନାହିଁ ହେ ନଟବର 

ଧର ନା ଗୋ ଦୋଷ 

ତୁଣ୍ଡେ ଦିଅ ତବ ପଦ ପୀୟୂଷ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍