Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smrutiranjan Das

Others

4  

Smrutiranjan Das

Others

ମାଗଣା ଯୋଜନା

ମାଗଣା ଯୋଜନା

1 min
5


ଉନ୍ନତିର ଅର୍ଥ କଣ ବୁଝ ତୁମେ 

କୁହ ହେ ଭୋଟର ମାନେ 

ବିକାଶ କହିଲେ ମାଗଣା ଚିଜ ନା 

ବୁଝ କିଛି ତୁମେ ଆନେ ?

ଦଳକୁ ଦେଖାଅ ଆନୁଗତ୍ୟ ତୁମେ 

ଜାତିସ୍ୱାର୍ଥ ପଛେ ଥୋଇ 

ଚିହ୍ନ ଦେଖି ତୁମେ ଭୋଟ ଦେଉଥାଅ

ଯୋଗ୍ୟ ପ୍ରାର୍ଥୀ ନଜିତଇ।


ଖାଦ୍ୟ ବସ୍ତ୍ର ଆଉ ବାସଗୃହ ଠାରୁ 

ଆଗକୁ ତ ବଢ଼ ନାହିଁ 

ଦୁର୍ନୀତିଗ୍ରସ୍ତଙ୍କୁ ଜିତାଉ ଯେ ଥାଅ 

ଦଳ ନାମ ମନେ ଧ୍ୟାଇ ।

ଯିଏ ଯାହା ଲୁଟୁ ଯିଏ ଯାହା ନେଉ 

ସେ ପାଇଁ ଯେ ଚିନ୍ତା ନାହିଁ 

ମାଗଣାରେ କିଛି ତୁମକୁ ମିଳିଲେ 

ଯାଅ ତୁମେ ଖୁସି ହୋଇ ।


ନେତାଏ ଆମର ବୁଝି ସାରିଛନ୍ତି 

ତୁମର ଏ ବ୍ୟବହାର 

ସେଇଥି ପାଇଁ ତ ମାଗଣା ଦେବାକୁ 

ହୁଅନ୍ତି ସିଏ ତତ୍ପର ।

ଜନମ ହୋଇଲେ ଜନନୀ ଯୋଜନା 

ମଲେ ହରିଶ୍ଚନ୍ଦ୍ର ପୁଣି 

ଚାଉଳ ସାଙ୍ଗକୁ ସାଇକେଲ ଯାଏଁ 

ବଣ୍ଟାଯାଏ ଜାଣିଶୁଣି ।


ପଚାରିଛ କେବେ ବାଣ୍ଟିବାକୁ ଏତେ 

ଟଙ୍କା ଯେ କାହୁଁ ଆସୁଛି 

ରାଜକୋଷ ଅର୍ଥ ଏମିତିକା ବାଣ୍ଟି 

ବିକାଶ କାର ହେଉଛି ?

ଶିକ୍ଷା ସ୍ୱାସ୍ଥ୍ୟ ଛଡା ଆଉ କିଛି ଯଦି 

ମାଗଣାରେ ଦିଆଯାଏ 

ଉନ୍ନତି ବିକାଶ କାହୁଁ ବା ହୋଇବ 

ସଂସାର କୋଢିଆ ହୁଏ ।


ନିର୍ବାଚନ ବେଳେ ଅଳ୍ପ କେଇ ଟଙ୍କା 

ହାତେ ତୁମ୍ଭ ଟେକିଦେଇ 

ଜାଣିଛନ୍ତି ସିଏ ଭୋଅଟ ତୁମର 

କେମିତି ନେବେ ହାତେଇ ।

ମଦ ମାଂସ ଆଉ ଟଙ୍କାର ଲୋଭରେ 

ବଳିପଡେ ସ୍ୱାଭିମାନ 

ମାଗଣାରେ ଖାଇ ମାଗଣାରେ ପିଇ

କାଟି ଚାଲିଥାଅ ଦିନ ।


ଜାଗ୍ରତ ହୁଅ ହେ ମୋ ଭୋଟର ଭାଇ 

ବୁଝ ନିଜ ଅଧିକାର 

ପରିବର୍ତ୍ତନ ଯେ ତୁମ୍ଭଠୁ ଆରମ୍ଭ 

ଉଚ୍ଚ ହେଉ ତୁମ୍ଭ ସ୍ଵର ।

ଚିହ୍ନ ଦେଖିକରି ଭୋଟ୍ ଦିଅନାହିଁ 

ଦେଖ ହେ ଯୋଗ୍ୟତା କେତେ 

ଯୋଗ୍ୟ ଲୋକଟିଏ ଆସନେ ବସିଲେ 

ବଦଳିବ ଭାଗ୍ୟ ସତେ ।


ମାଗଣା ଯୋଜନା ଖାଲି ପ୍ରଲୋଭନ 

ବିକାଶ ସେଥିରେ ନାହିଁ 

ନିଜ ସ୍ୱାଭିମାନ ବିକ ନାହିଁ ଭାଇ 

ଏଭଳି ଯୋଜନା ପାଇଁ ।

ନିଜ ଅଧିକାର ନିଜେ ଯେ ଚିହ୍ନିଲେ 

ଏ ଦେଶ ଯିବ ଆଗେଇ 

ନିଜେ ନବଦଳି ଆନେ ଦୋଷ ଦେଇ 

କିଛି ଲାଭ ନାହିଁ ଭାଇ ।।


Rate this content
Log in