Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUJATA DAS

Romance

4  

SUJATA DAS

Romance

ନୀଳ.... ନୀଳ.... ନୀଳ

ନୀଳ.... ନୀଳ.... ନୀଳ

1 min
392



ନୀଳ ରଙ୍ଗ ତୁମ

  ମାଖିଲି ଯେବେଠୁଁ

    ସାଜିଗଲି ନୀଳାଞ୍ଜନା, 

ନୀଳରେ ଭରିଛି

   ଚଉଦିଗ ମୋର

    ଆନ ରଙ୍ଗ ହୃଦେ ମନା l

ନୀଳ ଆକାଶରେ

  ବଉଦ ବୋଇତେ

    ତୁମେ ଇନ୍ଦ୍ର ନୀଳ ମଣି, 

ନୀଳାଭ ଆଲୋକେ

  ପରିବ୍ୟାପ୍ତ ଆଭା

    ଶ୍ରଦ୍ଧା ପୁଷ୍ପ ଦିଏ ବୁଣି l

ନୀଳ ପାରାବାରେ

  ନୀଳ ଶୈବାଳରେ

    ନୀଳ ଉର୍ମିମାଳା ହସେ, 

ନୀଳିମାର ସାଥେ

  ସାଜି ମୁଁ ଶାମୁକା

    ପ୍ରୀତିର ଲହରେ ଭାସେ l

ନୀଳ ଲଫାପା ରେ 

  ମିଠା ମହକରେ

    ଲେଖିଛି ହୃଦୟ ଗାଥା 

ନୀଳ ଚନ୍ଦ୍ରିକା ରେ

  ଆଙ୍କି ମୁଁ ଦେଇଛି

    ପ୍ରଣୟର ଗୀତି କଥା l

ନୀଳ ରଙ୍ଗେ ତୁମ

  ଭିଜା ଅଙ୍ଗ ମୋର

    ନୀଳ ନିର୍ବାଣର ତାତି, 

ନୀଳ ଦ୍ୟୁତି ମୋର

  ହୃଦୟ ଶଶାଙ୍କ

    ନୀଳ ଚାନ୍ଦିନୀର ରାତି ll


Rate this content
Log in

Similar oriya poem from Romance