STORYMIRROR

Madhabi Patel

Romance

4  

Madhabi Patel

Romance

ପ୍ରେମିକା

ପ୍ରେମିକା

1 min
277

ଶତ ଚନ୍ଦ୍ରମାର ଉଜ୍ଜ୍ବଳ ତା ତନୁ

ମେଘ ମେଦୁରିତ କେଶ

ତାରକାର ସମ ଜଳୁଜଳୁ ଡୋଳା

ସ୍ବଭାବେ ଅଳ୍ପ ବୟସ।


ତନ୍ବୀ ସିମନ୍ତିନୀ କୋକିଳ ଭାଷିଣୀ

ମୀନନେତ୍ରା ସୁଲୋଚନା

କବିର କବିତା ଭାବର ସରିତା

ଲେଖକର କଳପନା।


ଝିନ ଉତ୍ତରିୟ ଫୁଟି ଦିଶେଦେହ

ଝଲସଇ ସୁଗଠନା

କଞ୍ଚନବରଣୀ କଞ୍ଚନେ ଶୋଭିନୀ

ଶିଳ୍ପୀର ଚାରୁ ଲଳନା।


ପକ୍ବବିମ୍ବାଧରି ରସିକା କିଶୋରୀ

ବାଣ୍ଟୁଥାଏ ପ୍ରୀତିରସ

ତା ସଂଗତ ସୁଧା ମେଣ୍ଟେ ତନୁ କ୍ଷୃଧା

ବାରମାସ ସହବାସ।


ଶୀତ ବର୍ଷା ଗ୍ରୀଷ୍ମ ବସନ୍ତ ପାର୍ବଣ

ସବୁବେଳେ ହସହସ

ହେଉଥାଏ ଗେଲ ଭରିଯାଏ କୋଳ

ସିଏ ଏକ ମଧୁମାସ।


ଜୀବନ୍ତ ଗଜଲ କୋକିଳର ସୁର

ବସନ୍ତର ସେ ଗାୟିକା

ଖଟା ମିଠା ଲୁଣିକେବେ ଚଟପଟା

ସ୍ବୟଂ ସଂପୂର୍ଣ୍ଣା ପ୍ରେମିକା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance