STORYMIRROR

Mahesweta Panigrahi

Romance

4  

Mahesweta Panigrahi

Romance

ଏମିତି ବି ହୁଏ

ଏମିତି ବି ହୁଏ

1 min
400


ଇପ୍ସିତ କିଛି ପାଇ ହୁଏନା

ଅବାଞ୍ଛିତ ଫଳି ଯାଏ,

ଇପ୍ସିତର ଏଇ କୁହୁଳା ନିଆଁରେ

ଜୀବନ ମୋ ଜଳିଯାଏ।

ହାଏ ଜୀବନ ମୋ ଜଳିଯାଏ।।


ଅନ୍ତରଙ୍ଗ କଥା ରହେ ଅନ୍ତରେ

ଅଭିନୟ କରି ଜିଏଁ,

ମିଥ୍ୟା ପ୍ରତିଶୃତି ଦେଇ ହୃଦୟକୁ

ଅନୁଭୂତି ଲେଖି ଦିଏ,

ହାଏ ଜୀବନ ମୋ ଜଳିଯାଏ।।


ମନେ ଆସେ ଆଜି କହିଦେବି ସବୁ

କେତେ ବା ଆଉ ମୁଁ ସହେ,

ହୃଦୟ କଥାଟି ଓଠ ପାଖୁ ଧିରେ

ଛୁଇଁ ଦେଇ ଚାଲିଯାଏ,

ହାଏ ଜୀବନ ମୋ ଜଳିଯାଏ।


ମନ ଉଆସରେ ସ୍ମୃତିର ଫଗୁଣ

ଆସି ଯେବେ ଝଲସାଏ,

ଝୁମା ଝୁମା ରାତି ଗାଇ ପ୍ରେମ ଗୀତି

ମାନସ ଥରାଇ ଦିଏ,

ହାଏ ଜୀବନ ମୋ ଜଳିଯାଏ।।


ଶବ୍ଦ ତରଙ୍ଗର ଢେଉ ବେଳେବେଳେ

ନାଚି ନାଚି ଆସିଯାଏ,

ଲେଖି ବସେ କିଛି କବିତା ରୂପରେ

କବି ପ୍ରାଣ ତୃପ୍ତ ହୁଏ।

ହାଏ ଜୀବନ ମୋ ଜଳିଯାଏ।।



Rate this content
Log in

Similar oriya poem from Romance