STORYMIRROR

Satyabati Swain

Tragedy

4  

Satyabati Swain

Tragedy

ଶେଷ ପୃଷ୍ଠା

ଶେଷ ପୃଷ୍ଠା

1 min
167


ଧରି ମୁଁ ବଇଚି ଡାଇରୀଟି ମୋର

ବର୍ଷର ଏଇ ଶେଷ ସନ୍ଧ୍ୟାରେ

ଛୁଇଁ ଛୁଇଁ ଯାଉଛି ଡ଼ାଇରୀ ଛାତି

କେତେ ଲୁହ କୋହକୁ ହାତରେ।


ଓଲଟାଉ ଅଛି ପ୍ରତିପୃଷ୍ଠା ଯେବେ

ହାତୁଡି ପିଟୁଛି ଛାତିରେ କିଏ

ଏମିତି ପୃଷ୍ଠା ଗୋଟିଏ ପାଉ ତ ନାହିଁ

ଲହୁ ନିଗିଡି ପଡି ନାହିଁ ଯହିଁରେ !!


କାଳର କରାଳ ଦୃଶ୍ୟରେ ଭର୍ତ୍ତୀ

ଡାଇରୀର ସବୁ ପୃଷ୍ଠାଟି ମୋର

କଲମ କାନ୍ଦିଛି ପ୍ରତି ପୃଷ୍ଠାରେ କେତେ

କଲବଲେ ରୋକି ନିଃଶ୍ବାସ ତାର!!


ଭୁତାଣୁ ନିଷ୍ଠୁର ନିର୍ଘାତ ପ୍ରହାରେ

ଭାଙ୍ଗି ଯାଇଛି ବିଶ୍ୱର ଅଣ୍ଟା

ଖାଲି ଚେୟାର ଲୁହ ଢାଳନ୍ତି ବିକଳେ

ଦେଖି ଶବର ଅଛୁଆଁ ଚିତା।


ବୟସାଭାରରେ ନଇଁ ପଡି ବାପାମା

ଲୋଡୁଥିଲେ ପୁଅ ଆଶ୍ରା ବାଡ଼ି

ପୁଅକୁ ଗିଳି ଦେଲା କୋଭିଡ୍ ରାକ୍ଷସ

କାନ୍ଦନ୍ତି ନିନ୍ଦନ୍ତି ଭାଗ୍ୟ ମୁଣ୍ଡ କୋଡ଼ି।


ଅଳିତା ଲିଭିନି ପାଦରୁ ତରୁଣୀର

ସିନ୍ଦୁର ହଜିଗଲା ସଂକ୍ରମଣେ

ଆକସ୍ମିକ ସୁନାମି ଢଳ ଢଳ ଅଧୀରେ

ପ୍ରେମ ଭର୍ତ୍ତୀ ନିଃଶବ୍ଦ ନୟନେ।


ଭୋକ ଚାଲୁଥିଲେ ଗାଁ ସ୍ୱର୍ଗ ଠିକଣାରେ

ଦୂର ପରବାସୀ ଫୋଟକା ପାଦେ

ରେଳଷ୍ଟେସନରେ ଅବୋଧ ବାଳୁତ 

ଚଦର ଟାଣୁଥିଲା ମଲା ମାକୁ ତାରେ।


ଅଧରାତିର ଗୋହରି ମୁଣ୍ଡ ଭୟରେ

ଥରୁଥିଲା ରାସ୍ତା ଘାଟ ଆତଙ୍କେ

ଚିକିତ୍ସା ବିହୁନେ ମରି ଶୋଉଥିଲା କିଏ

ସଂକ୍ରମଣ ଭୀମ ହୁଙ୍କାର ତାନେ।


ଭୋକ ଯାଉଥିଲା କୋକେଇ ସବାରୀରେ

ସଂକ୍ରମିତ ସେ ଅଲୋଡ଼ା ଶବ

ଶବ ଖୋଜୁଥିଲା ଜଳିବା ଠିକଣା ତାର

ଦେଢ଼ ହାତ ଭୂଇଁ କିଏ ସେ ଦେବ!!


ସ୍ୱର୍ଗ ଦ୍ୱାର ମନା ଜନ୍ମଥାନ ବି ଚାହିଁଲାନି

ଅତୃପ୍ତ ଆତ୍ମା ବିକଳ ମନ ପରାଣ

ଶେଷ ଦର୍ଶନ ପ୍ରିୟ ଜନେ କରି ନପାରି

ବାହୁନାରେ ଥରୁଥିଲା ଆକାଶ ଅଙ୍ଗନ।


ଶେଷ ପୃଷ୍ଠା ମୁଁ ଏ ମହାମାରୀ ମସିହାର

ହିସାବ ନିକାଶ କରୁଅଛି ବସି

ହରାଇ ହରାଇ କାଙ୍ଗାଳ ଜୀବନରେ

ଏ ସମୟ ଶିଖାଇଛି ଢେର କିଛି।


ଶିକ୍ଷା ସ୍ୱାସ୍ଥ୍ୟ ଅର୍ଥ ବିଜ୍ଞାନ ବିକାଶ ମୋର

ସବୁ ଯାଇଛି ଠପ୍ ହୋଇ ଯେମିତି

ସୁକୁ ସୁକୁ ପ୍ରାଣେ ବଞ୍ଚିବା ପାଇଁ ଲଢ଼ୁଅଛି

ହାରି ଯିବି ନାହିଁ ସଂକଳ୍ପ କରିଛି।


ଯେତେ ବି କଠିନ ହେଉ ବା ସମୟ

ବଞ୍ଚିଛି ବଂଛିବି ବଜ୍ର ଶପଥ ମୋର

ସୁଖଶାନ୍ତି ବିକାଶ ଫେରାଇ ଆଣିବି 

ବିଶ୍ୱ ମୁହଁରେ ଦେବି ହସର ଗାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy