STORYMIRROR

Meera Tripathy

Romance

3  

Meera Tripathy

Romance

ଶେଷ ପ୍ରଣୟ

ଶେଷ ପ୍ରଣୟ

1 min
202


ଜୀବନର ସାୟାହ୍ନରେ

ମଳୟ ବୋହିଲା

ବସନ୍ତରେ ଖେଳିଗଲା

ରଙ୍ଗର ଲହରୀ

ମନର କୁଞ୍ଜରେ

ପିକଟା ଯେ ବାରବାର

କୁହୁକୁହୁ ସ୍ବରେ

ପ୍ରେମର ଗୀତକୁ

କରୁଅଛି ରଟ।


ସେଦିନ ସେ ଉଦ୍ଯାନ ଫୁଲରେ

ମିଶିଔଆଇ ହସିହସି

ମତୁଆଲା ହେଉଥିବା ଦେଖି

ମୋତିଆବିନ୍ଦୁର ଆଖିରେ ବି

ଦେଖିବାକୁ ଇଛାହେଲା

ସପନ ଅନେକ।


ବାର୍ଦ୍ଧକ୍ୟର ଶେଷ ପାହାଚରେ

ଅପେକ୍ଷା ତ ଛଖଣ୍ଡ ସବାରି

ତଥାପି

କାହିଁକି ଏ ଲୋଳିତଚର୍ମରେ

ଖେଳିଯାଏ ତୁମ ଓଠର ଲାଳିମା ।

ଥରୁଥିବା ହାତ ମୋର

ଆଗକୁ ବଢୁଛି ଛୁଇଁବାକୁ

ତୁମର କବରୀକୁ

ଛିତିରେ ଜାକିଧରି

ତୁମ ଅଧରରେ ଆଙ୍କିବାକୁ ଇଚ୍ଛାହୁଏ

ପ୍ରିତୀଭରା ଚୁମ୍ବନ।


ମୋର ଶିଥିଳ ବାହୁରେ

ଆଲିଙ୍ଗନ କରି

ହଜିଯିବାକୁ

ଇଚ୍ଛାହୁଏ।

ହେ ମୋର ମନର ମାନସୀ

ପ୍ରେମ କେବେ ଦେଖେନାହିଁ

ବୃଦ୍ଧ ଅବା ଯୁବା

ପ୍ରେମ ତ ସ୍ବର୍ଗୀୟ

ଅଟେ ଚିରନ୍ତନ।


ମୋ ପ୍ରେମ ହେଇପାରେ

ତୁମପାଇଁ ଅବାସ୍ତବ

ଅବା ଯୋଗାଇ ପାରେ

ହସର ଖୋରାକ

ହେଲେ ପ୍ରେମ ମୋ ମନର

ମୋ ହୃଦୟର।

ତୁମକୁ ନେଇ ଗଢିବାର

ସ୍ବପ୍ନ ହେଇପାରେ

କ୍ଷଣଭଙ୍ଗୁର ଅବା ଭିତ୍ତିହିନ

ହେଲେ ତୁମ ସାଥେ

ରଚିବାକୁ କୁଞ୍ଜବନେ ପ୍ରେମ

ମନହୁଏ ଅମାନିଆ

ଥୁଣ୍ଟାଗଛ ମଳୟ ପରଶେ

ପଲ୍ଲବିତ ହେବାର ନୁହେଁ ଅବାସ୍ତବ।


ଜରାଜୀର୍ଣ୍ଣ ଅବୟବ ମୋର

ତୁମପ୍ରେମେ ହୁଅଇ ଚଞ୍ଚଳ

ନିଳୟ ନିଳୟ ବୋହିଯାଏ

ପ୍ରେମର ରୁଧିର।

ବୁଜିବା ଆଗରୁ ଆଖି

ଆସ ଥରେ,ହୋଇଯିବା ଏକ

ବାର୍ଦ୍ଧକ୍ୟ ର ଶେଷ ପ୍ରଣୟ

ହେବ ଅଙ୍ଗିକାର ତୁମରି ବକ୍ଷରେ।



Rate this content
Log in

Similar oriya poem from Romance