STORYMIRROR

Mahendra Kumar Swain

Romance

3  

Mahendra Kumar Swain

Romance

ଶେଷ ଫଗୁଣର ଚିଠି

ଶେଷ ଫଗୁଣର ଚିଠି

1 min
266

ଶେଷ ଫଗୁଣର ଚିଠି ତ ଆସିଛି

ଦେଇଛି ଫଗୁଣ ରାଣୀ

ଭରି ଦେଇଅଛି କେତେ ସୁନ୍ଦରତା 

ପାରେ ନାହିଁ ମନ ଜାଣି 


ନଥାଏ ମେଘକୁ ନଥାଏ କାକର 

ଆକାଶ ସୁନ୍ଦର ଦିଶେ

ଚାରି ଦିଗରେ ମଳୟ ପବନେ 

ଧରଣୀ ରାଣୀ ତ ହସେ 


ବିଦାୟ ନେବାକୁ ପୃଥିବୁ ଫଗୁଣ

ଚିଠି ତାର ଦେଇଅଛି

ଯିବା ପୂର୍ବରୁ ସେ ଯାହା ଦେଖିଅଛି

ଚିଠିରେ ତା ଲେଖିଅଛି 


ପୃଥିବୀକୁ ଦେଇ ଯାଉଛି ଫଗୁଣ

ଅନୁଭୂତିର ତା ଚିଠି

ଦେଇ ଯାଉଛି ହୃଦୟ ଭିତରୁ 

ଶେଷ ଫଗୁଣର ଚିଠି 


ଆସିଲା ପରେ ତ ଫଗୁଣର ମାସ

ପବନ ଯେ ଭରିଗଲା

ମହ ମହ ହୋଇ ଆମ୍ବ ଫୁଲ ବାସେ

ମନ ପୁରା ମୋହିନେଲା


ଜାତି ଜାତି ଫୁଲ ଫୁଟି ଉଠିଥାଏ

ମଳୟ ପବନ ସାଥେ

ପ୍ରକୃତି ରାଣୀ ତ ଫୁଲରେ ସଜେଇ 

ହସୁଥାଏ ତାର ସାଥେ 


ପ୍ରେମିକ ମନରେ ଭରିଦିଏ ପ୍ରେମ

ଫଗୁଣର ପ୍ରେମ ବାସ୍ନା 

ପ୍ରେମିକ ମନରେ ଫଗୁଣ ତ ଭରେ

ପ୍ରେମର ଅପୂର୍ବ ତୃଷ୍ଣା 


କବି ମନରେ ବି ଭାରି ଦେଇଥାଏ 

କେତେ ଯେ ନୂଆ ଭାବନା

କଲମ ମୁନରେ ରଚି ଦେଇଥାଏ 

କେତେ ଯେ ନୂଆ ରଚନା 


କୁହୁ କୁହୁ ସ୍ୱର କୋଇଲିର ଶୁଭେ

କେଉଁ ଘଞ୍ଚ ଗଛ ଡାଳେ

ମଧୁର ପବନେ ହଜିଯାଏ ମନ

ନାଚୁଥାଏ ତାର ତାଳେ 


ନେବ ସେ ବିଦାୟ ପୃଥିବୀ ବକ୍ଷରୁ

ସରିଗଲା ତାର ମାସ

ଶେଷ ଫଗୁଣ ଚିଠି ଦେଇକରି 

ଆସିବ ଆର ବରଷ 


ଧରଣୀରେ ଭରି ଫୁଲର ସମ୍ଭାର 

ଚିଠି ତାର ଦେଇଗଲା

ଫଗୁଣର ଛାପ ପୃଥିବୀ ଉପରେ

ଛାଡି କରି ଚାଲିଗଲା 



Rate this content
Log in

Similar oriya poem from Romance