ଶେଷ ଫଗୁଣର ଚିଠି
ଶେଷ ଫଗୁଣର ଚିଠି
ମୋ ପ୍ରିୟା ଦେଇଛି ଶେଷ ଫଗୁଣରେ
ଶେଷ ହାତ ଲେଖା ଚିଠି
ପଢି ମୁଁ ଆତୁରେ ହଡବଡ଼େଇକି
ଶେଜରୁ ଗଲି ମୋ ଉଠି |
ପ୍ରିୟା ମୋ ଲେଖିଛି ଆଦ୍ୟ ବୈଶାଖରେ
ହେବ କାହା ଘର ବୋହୁ
ଫୁଲ ସଵାରୀରେ ଦୋଳି ଝୁଲଣାରେ
ଚାଲିଯିବ କହୁ କହୁ |
ତା' ବର ଆସିବ ସୁନା ପାଲିଙ୍କି ରେ
ପ୍ରିୟା ର ଘରକୁ ଯେବେ
ବାଜା ରୋଷଣୀରେ ଦାଣ୍ଡ ଦୁଲୁକିବ
ବରଯାତ୍ରୀ ନାଚୁଥିବେ |
ବାହା ବେଦୀ ପରେ ବଧୂ ବେଶ ହୋଇ
ମୋ ପ୍ରିୟା ବସିବ ଯାଇ
ପୁରୋହିତ ନନା ହାତଗଣ୍ଠି ଦେବେ
ଯଥା ରାବଣସ୍ୟ କହି |
ଶଙ୍ଖ ହୁଳହୁଳି ପ୍ରକମ୍ପିତ ହେବ
ଗଗନ ପବନ ଛୁଇଁ
ମୋ ମନ ଅଙ୍ଗନେ ପ୍ରୀତିର ଫଗୁଣ
ଯିବ ଆନମନା ହୋଇ |
କାନ୍ଦେ କୃଷ୍ଣଚୂଡ଼ା କାନ୍ଦୁଛି ଫଗୁଣ
ବିରହ ବେଦନା ସହି
ବହୁଛି ମଳୟ ମୋ ପ୍ରୀତି ପରଶେ
କାନ୍ଦେ ନୀରୀମାଖି କଇଁ |
ମୋ ଭଳି ଅକର୍ମା ହାତ ଧରି ପ୍ରିୟା
ପାରିବନି ହେଇ ଖୁସି
ବିବାହ ଟା ନୁହେଁ ଖେଳ ଘର ଟିଏ
ନପାଇଲେ ଯିବ ରୁଷି |
ଭାଙ୍ଗି ପଡୁଥିଲା ହୃଦୟଟା ମୋର
ଖଣ୍ଡ ଖଣ୍ଡ କାଚ ଭଳି
କେତେ ଯେ ଫଗୁଣ ଯାଇଥିଲା ବିତି
ଚିଠି ଭିଜୁ ଥିଲା କାଳି |
ଅଦୃଷ୍ଟ ହାତର କ୍ରୀଡ଼ନକ ଟିଏ
ସତେକି ମାଟିରେ ଗଢ଼ା
କେତେବେଳେ ସିଏ ମାଟିର କଣ୍ଢେଇ
କେତେବେଳେ ହାତୀ ଘୋଡା |
ଆଞ୍ଜୁଳାଏ ଜଳ ବତୁରା ମାଟିରେ
ଲିଭି ଲିଭି ଯାଏ ସ୍ବପ୍ନ
ସ୍ମୃତି ଟିଏ ହେଇ ମନ ମନ୍ଦିର ରେ
ଚିର କାଳ ହେବ ମଗ୍ନ |
ଯେଉଁଠିବି ଥାଉ ଯେମିତି ବି ଥାଉ
ପ୍ରିୟା ମୋର ହେଉ ଖୁସି
ଏତିକି ମାଗୁଣି ଜଗତ ଠାକୁରେ
ଦିଅ ମୋତେ ହସି ହସି |