STORYMIRROR

Tapaswini DashSarangi

Romance Tragedy

3  

Tapaswini DashSarangi

Romance Tragedy

ଶେଷ ନିଃଶ୍ଵାସ

ଶେଷ ନିଃଶ୍ଵାସ

1 min
174

ନିର୍ବାଣ ଅପେକ୍ଷିତ ପିଣ୍ଡ

ଯେବେ ବାରି ନିଏ 

ଶେଷ ନିଃଶ୍ଵାସର ଆଗମନ

ନିଜକୁ ହାଲକା କରିଦେଇ ଏକ ଦୀର୍ଘନିଃଶ୍ଵାସର  

ହାବୁକାଏ ପବନରେ ଚାପି ଧରେ 

ତା' ଉଛୁଳା ଆବେଗକୁ।

ଓଃ! ଶେଷରେ ଏ ଛଳନା

କୂଟୀଳତାର ଜଉଘରର ମୁଦ ବି ଫିଟି ପାରେ।

ଅତୀତର ଦସ୍ତାବିଜକୁ ଖୋଲି

ବିତିଥିବା କିଛି ତନ୍ଦ୍ରାହୀନ ରଜନୀରେ

ନିଗିଡିଥିବା ଲୁହଧାରକୁ ତଉଲ କରି

ହୃଦୟଙ୍ଗମ କରିଥିଲା

ବିଶ୍ଵାସକୁ ଆବୋରି ଯେବେ ସିଏ

ଭାବିଥିଲା ଉଆଁସୀ ତମସାରେ ଜହ୍ନକୁ ଦେଖିବ

ବହଳ ଅନ୍ଧକାରକୁ ସନ୍ତର୍ପଣରେ ଦୂରେଇ

ଜହ୍ନ ଜୋଛନାର ଆଲୋକରେ ଜୀବନକୁ

ଆଲୋକିତ କରିବ।

ତା'ର ଅବଧାବିତ ଆଶା ବିଶ୍ଵାସ 

ଛଳନାର ନିଆଁରେ ଛଟପଟ ହେଉଥିଲା।

ମିଛର ଏକ ଆସ୍ତରଣ ତା'କୁ

ରସାତଳକୁ ଠେଲି ଦେଇଥିଲା।

ହେଲେ ଆଜି ଏ ଶେଷ ନିଃଶ୍ଵାସ

ତା'କୁ ଆଲିଙ୍ଗନ କରି ଚିବୁକରେ

ଆଙ୍କି ଦେବାକୁ ଯାଉଛି ଏକ ଶେଷ ଚୁମ୍ବନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance