ଶେଷ ନିଃଶ୍ୱାସ ଅପେକ୍ଷାରେ
ଶେଷ ନିଃଶ୍ୱାସ ଅପେକ୍ଷାରେ
କିଛି ଅପପୁଷ୍ଟି
କିଛି ଅକ୍ସିଜେନ୍ ଅଭାବ
କିଛି ଭୋକରେ ଡହଳ ବିକଳ ହେଇ ମରନ୍ତି
ଛୋଟ ଛୋଟ ଛୁଆ ଏମିତି ହିଁ ମରନ୍ତି।
କିଛି ଯୌତୁକର ବିଷରେ
କିଛି ପ୍ରୋଲଭନର ଫାଶରେ
କିଛି ବଳାତ୍କାରର ଯନ୍ତ୍ରଣାରେ ଲେଲିହାନ ହୁଅନ୍ତି
ଝିଅମାନେ ସବୁ ଏମିତି ହିଁ ମରନ୍ତି।
କିଛି ଖଣିର ଦୁର୍ଘଟଣାରେ
କିଛି ଡ୍ରେନର ଗାତରେ
କିଛି ଠିକାଦାରର ପ୍ରତାରଣାରେ ଶେଷ ହେଇ ଯାଆନ୍ତି
ଶ୍ରମିକ ସବୁ ଏମିତି ହିଁ ମରନ୍ତି।
କିଛି ଋଣର ଶକ୍ତ ଚାପୁଡ଼ାରେ
କିଛି ଅଭାବର ଘନ ଅନ୍ଧକାରରେ
କିଛି ବର୍ଷାର ବିଶ୍ୱାସଘାତକତାରେ କୁଆଡେ ହଜିଯାଆନ୍ତି
ଚାଷୀ ସବୁ ଏମିତି ହିଁ ମରନ୍ତି।
କିଛି ଜାତି ଧର୍ମର ଭାବନାରେ
କିଛି ଦଙ୍ଗାକାରୀର ଆକ୍ରମଣରେ
କିଛି ସତ୍ୟ ଅସତ୍ୟର ଖୋଜରେ କୁଆଡେ ଉଭେଇ ଯାଆନ୍ତି
ଭିଡ଼ ସବୁ ଏମିତି ହିଁ ମରନ୍ତି।
କିଛି ଯୁଦ୍ଧରେ
କିଛି ସିଆଚିନର ତାପମାତ୍ରାରେ
କିଛି ନିର୍ବାଚନର ବର୍ବର କାଣ୍ଡରେ ଅପେକ୍ଷାରେ ରହିଯାନ୍ତି
ସୈନିକ ସବୁ ଏମିତି ହିଁ ମରନ୍ତି।
ନେତା କାହିଁ ମରନ୍ତି
ଇତିହାସର କେଉଁ ଏକ ପୃଷ୍ଠାରେ
ଗାର୍ଡ ଅଫ ଅନର୍ ଅମର ହିରୋ ପାଲଟି ଯାଆନ୍ତି
କିନ୍ତୁ ଦେଶର ସବୁ ଦୂରାବସ୍ଥା ସେମାନେ ହିଁ ଦାୟୀ ଅଟନ୍ତି।
ଯିଏ ଚାଷ କରେ ସେ ହିଁ ଭୋକିଲା ରହିଯାଏ
ଯିଏ ଘର କରେ ନିଜ ଘରେ ଜହ୍ନକୁ ଦେଖିପାଏ
ଡ୍ରେନ୍ ସଫା କରୁଥିବା ଲୋକଟା ଆବର୍ଜନା ପାଲୋଟିଯାଏ
ଭଲ ପଢ଼ୁଥିବା ପୁଅଟା ବେକାର ପାଲଟିଯାଏ
କିଏ ସହିଯାଏ କିଏ ମରିଯାଏ
ପତ୍ର ଭଳି ଝଡୁଛି ବନ୍ୟା ଭଳି ମାଡ଼ୁଛି ଜନସଂଖ୍ୟା
ଏବେ ବି କିଛି ମୃତ୍ୟୁ ଖୋଜୁଛନ୍ତି ଧୀରେ ଧୀରେ
କୁଡିଆ ରାସ୍ତା କିମ୍ବା ଡ୍ରେନରେ ଶେଷ ନିଃଶ୍ୱାସ ଅପେକ୍ଷାରେ।
