Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhusmita Gaikwad

Romance

3.3  

Madhusmita Gaikwad

Romance

ଶେଷ ଇଚ୍ଛା

ଶେଷ ଇଚ୍ଛା

1 min
188


ମରିଗଲା ପରେ ମଶାଣି ଭୂଇଁରେ

ଆଖି ଖୋଲା କରି ରହିଥିବି ।

କାଳେ ତମେ ଆସି ମୋ ମୁହଁକୁ ଚାହିଁ

ଟିକେ କାନ୍ଦି ଦେବ ବୋଲି ।। 

ମରିଗଲା ପରେ ମଶାଣି ଭୂଇଁରେ

ଓଠ ଖୋଲା କରି ରହିଥିବି । 

କାଳେ ତମେ ଆସି ସେଇ ଓଠକୁ ମୋ

ଟିକେ ଛୁଇଁ ଦେବ ବୋଲି ।। 

ମରିଗଲା ପରେ ମଶାଣି ଭୂଇଁରେ

ଦେହ ଖୋଲା କରି ରହିଥିବି । 

କାଳେ ତମେ ଆସି ମୋ ଦେହକୁ ଥରେ

ଆଲିଙ୍ଗନ କରିଦେବ ବୋଲି ।। 

ମୁଁ ଜାଣେ ନାହିଁ ଏଇ କଥା ମୋର

କେତେ ଦୂର ସତ ହେବ । 

ଭଗବାନଙ୍କୁ ଡାକେ ଯେତେ ଦୂରେ ଥାଉ ସାଥୀ

ମୁଁ ମରିଗଲେ ଆସିବ...।। 


Rate this content
Log in

Similar oriya poem from Romance