STORYMIRROR

Madhusmita Gaikwad

Romance

2  

Madhusmita Gaikwad

Romance

ଶେଷ ଇଚ୍ଛା

ଶେଷ ଇଚ୍ଛା

1 min
186

ମରିଗଲା ପରେ ମଶାଣି ଭୂଇଁରେ

ଆଖି ଖୋଲା କରି ରହିଥିବି ।

କାଳେ ତମେ ଆସି ମୋ ମୁହଁକୁ ଚାହିଁ

ଟିକେ କାନ୍ଦି ଦେବ ବୋଲି ।। 

ମରିଗଲା ପରେ ମଶାଣି ଭୂଇଁରେ

ଓଠ ଖୋଲା କରି ରହିଥିବି । 

କାଳେ ତମେ ଆସି ସେଇ ଓଠକୁ ମୋ

ଟିକେ ଛୁଇଁ ଦେବ ବୋଲି ।। 

ମରିଗଲା ପରେ ମଶାଣି ଭୂଇଁରେ

ଦେହ ଖୋଲା କରି ରହିଥିବି । 

କାଳେ ତମେ ଆସି ମୋ ଦେହକୁ ଥରେ

ଆଲିଙ୍ଗନ କରିଦେବ ବୋଲି ।। 

ମୁଁ ଜାଣେ ନାହିଁ ଏଇ କଥା ମୋର

କେତେ ଦୂର ସତ ହେବ । 

ଭଗବାନଙ୍କୁ ଡାକେ ଯେତେ ଦୂରେ ଥାଉ ସାଥୀ

ମୁଁ ମରିଗଲେ ଆସିବ...।। 


Rate this content
Log in

Similar oriya poem from Romance