STORYMIRROR

Prafulla Chandra Mishra

Abstract

3  

Prafulla Chandra Mishra

Abstract

ଶେଷ ଦୃଶ୍ୟ

ଶେଷ ଦୃଶ୍ୟ

1 min
11.3K

ମାୟା ମରିଚିକା ପଛରେ ଧାଇଁଲି

ଦୂରରୁ ଦିଶିଲା ଜଳ ସମ

ଆକୁଳ ପରାଣେ ପିଆସା ଚିତ୍ତରେ

ମରିଚିକା ମୋତେ କଲା ଭ୍ରମ ।।


ଯେତେଦୂର ଯାଏ ସେତେ ସେ ପଳାଏ

ମୃଗତୃଷ୍ଣା ମାୟା ପ୍ରହେଳିକା

ଉତପ୍ତ ବାଲୁକା ସ୍ତୁପତଳେ ପ୍ରାଣ

ଛଟପଟଉଛି ଏକା ଏକା ।।


କେତେ ପରକାରେ ଦେଖିଲି ମୁଁ ତାକୁ

ସତେ ଜୀବନର ଶୀତ ଧାରା

ମାୟା ପ୍ରହେଳିକା ଧୋକା ଦେଇଅଛି

ଡୁବିଯାଏ ମନ ଧୃବତାରା ।।


ଜଳ ବୋଲି ଯାହା ଦେଖାଯାଉଥିଲା

ଆଖିରେ ମୋହର ଅଦୂରରୁ

ଅଦୃଶ୍ୟ ଝଲକ କେମିତି ଯାଣିବି

ଆଉ ବେଳ ନାହିଁ ଭାବିବାକୁ ।।


ତୃଷିତ ଆତ୍ମା ଷର୍ମାକ୍ତ ଶରୀର

ଅବସତା ଧୀରେ ଧୀରେ ତାରେ

କବଳ କଲାଣି ଜୁଳୁଜୁଳା କୀଟ

ଚକ୍ଷୁ ପଲକେ ନୃତ୍ୟ କରେ ।।


ଜୀବନ ନାଟକ ଶେଷ ପାହାଚରେ

ଆଶା ବିଶ୍ଵାସ ର ଯବନିକା

ପଢ଼ିବାକୁ ଯାଏ ଶେଷ ଦୃଶ୍ୟ ଶେଷ

ସଂଳାପ ର ଏହି ଶେଷକଥା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract