STORYMIRROR

Anupama Sahu

Tragedy

3  

Anupama Sahu

Tragedy

ଶେଷ ବସନ୍ତର ଚିଠି

ଶେଷ ବସନ୍ତର ଚିଠି

1 min
172

ଚାଲିଗଲ ସିନା   ଅଫେରା ପଥରେ

    ସଂସାରକୁ କରି ପର 

କଲମ ମୁନରେ   କରିଗଲ କେତେ 

     ହୃଦୟ ଜମିରେ ଘର। ୧।


ଶେଷ ବସନ୍ତର   ଚିଠି ଲେଖା ପୁଣି 

    ଆଉ କେ ପାରିବ ଲେଖି 

ସବୁ ଦିନ ପାଇଁ   କେମିତି ତୁମେ ହେ

    ମୁଦି ଦେଲ ତୁମ ଆଖି। ୨।


କାଳଜୟୀ ତୁମ   ସାହିତ୍ୟ ସାଧନା 

     ଏକଥା ଜଗତ ଜାଣେ 

ମରି ମଧ୍ୟ ତୁମେ   ଅମର ହୋଇଲ 

     କୋଟି ହୃଦୟର ପ୍ରାଣେ। ୩।


ସାହିତ୍ୟ ଆକାଶେ   ଉଜ୍ଜ୍ୱଳ ନକ୍ଷତ୍ର 

     ଜ୍ୟୋତି କଲ ପ୍ରକାଶିତ 

ହେ ବୀର ସାଧକ  ଚରଣରେ ତବ 

    ମୋର କୋଟି ପ୍ରଣିପାତ। ୪।


ସ୍ମୃତି ପଟେ ସଦା   ତୁମ ପଦ ଚିହ୍ନ 

    ସେଇମିତି ରହୁ ଜଳି 

ବିଦାୟ ବେଳାରେ  ଅଜାଡି ଦେଉଛି 

    ମୁଁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ। ୫।



Rate this content
Log in

Similar oriya poem from Tragedy