ଶବ୍ଦର ଶବ୍ଦରେ
ଶବ୍ଦର ଶବ୍ଦରେ
ଶବ୍ଦର ଶବ୍ଦ
ଶବ୍ଦ ନାଦର ପ୍ରତିଧ୍ବନିରେ ବ୍ରହ୍ମାଣ୍ଡ ପ୍ରକମ୍ପିତ
କେବେ ବଚନ,କେବେ ପ୍ରବଚନ
କେବେ ଶୂନ୍ୟ ବାଣୀ ,କେବେ ବରଦାନ
ଶବ୍ଦ ନାଦ ରେ ବ୍ରହ୍ମାଣ୍ଡ ସ୍ୱଚ୍ଛନ୍ଦିତ ।
ଶବ୍ଦର ଶର ରେ ରଚିତ
ବେଦ,ପୁରାଣ,ରାମାୟଣ,ମହାଭାରତ
ଗୀତାର ଉପଡେଶ
ସେହି ଶବ୍ଦ ବ୍ରହ୍ମାଣ୍ଡରେ ଗୁଞ୍ଜରିତ ହେଲା।
କୈକେୟୀ ର ତିନି ବଚନ ର ଶବ୍ଦ
ମନ୍ଥରା ର ଅସ୍ତ୍ର ହୋଇଥିଲା
ରାମ ଗଲେ ବନବାସ
କେଉଟ କଥା ର ଶବ୍ଦରେ ମୋହ ହେଲେ ରାମ
ଶବରୀ ଅଇଁଠା କୋଳିରେ
ଭାଷା ଭକ୍ତିର ଶବ୍ଦ ନିହିତ ବି ଥିଲା
ଭକ୍ତିର ନବଦ୍ୱାର ଆପେ ଖୋଲିଗଲା
ସୂର୍ପଣଖା ର ପ୍ରତିଶୋଧ ରୂପକ ଶବ୍ଦରେ
ରାମ ଦ୍ଵାରା ରାବଣ ନିହତ
ଶବ୍ଦର ଶବ୍ଦରେ ବ୍ରହ୍ମାଣ୍ଡ ପ୍ରକମ୍ପିତ ହେଲା।
ଭୀଷ୍ମ-ପ୍ରତିଜ୍ଞା ଶବ୍ଦରେ
ମୂଳଦୁଆ ମହାଭାରତ ର
କୁନ୍ତୀ ଶୁଣିଥିବା କଥା-ଶବ୍ଦ ରେ ହେଲେ ପରୀକ୍ଷିତ
ଜନ୍ମ ହେଲେ କର୍ଣ୍ଣ
ପାଣ୍ଡୁ ଶାପ ମୁକ୍ତ ବି ହେଲେ
ଧୃତରାଷ୍ଟ୍ର ର ଭାଷାର ଶବ୍ଦରେ
ଦୁର୍ଯ୍ୟୋଧନ ପ୍ରତିଦ୍ବନ୍ଦୀ ହେଲା
ଦ୍ରୌପଦୀ ର ବ୍ୟଙ୍ଗ,ଦୁର୍ଯୋଧନ ର ପ୍ରତିଶୋଧ ଚିନ୍ତା
ଅଶ୍ଵତ୍ଥାମା ବଞ୍ଚି ଥାଉ ଥାଉ
ମରିଯିବା ର ମିଥ୍ୟା ଶବ୍ଦର ପ୍ରୟୋଗ
ସେହି ଶବ୍ଦର ଶବ୍ଦରେ ଯୁଦ୍ଧର ତାଣ୍ଡବ।
କୃଷ୍ଣଙ୍କ ଗୀତା ଜ୍ଞାନର ଶବ୍ଦରେ
ଅର୍ଜୁନ ଯୁଦ୍ଧ ରେ ବିଜୟୀ
ରାଧାର ମଧୁର ଶବ୍ଦରେ ,କୃଷ୍ଣ ହେଲେ ପ୍ରେମୀ
ଗୋପୀ ମାନଙ୍କ ଓଠରୁ କାହ୍ନା ଶବ୍ଦରେ
ରାସ ରସରେ ବୁଡ଼ିଲେ ସଭିଏଁ
ଗୋପାଳ ମାନଙ୍କ ଆକୁଳ ଶବ୍ଦରେ
ନନ୍ଦ-ସୁତ ହେଲେ ଗିରିଧାରୀ
ଶବ୍ଦର ଶବ୍ଦରେ ଗୁଞ୍ଜରିତ ହେଲା ଗୋପ ପୁର।
ଶବ୍ଦର ନାଦ ଶୁଣିଲେ ମନୁର ସନ୍ତାନ
ଶବ୍ଦର ନାଦ ଶୁଣା ଗଲା ମନୁଷ୍ୟ ମାନଙ୍କୁ
ଶବ୍ଦର ଧ୍ୱନୀରେ ବଳୀୟାନ ହିରଣ୍ୟକଶିପୁ
ନିଜ କଥାରେ ଅଟଳ
ପରିଣାମ ହେଲା ଭୟାବହ
ଶବ୍ଦ ସାହାରା ରେ,ମଣିଷ ଭିତରେ ସୁସମ୍ପର୍କ ଅଛି
ଶବ୍ଦର ଶବ୍ଦରେ ସବୁ କିଛି ବଦଳି ଯାଉଛି ।
ଶବ୍ଦର ଖେଳରେ
ଇତିହାସ ହୋଇଛି ରଚିତ
ପରାଧୀନ ରୁ ମିଳିଛି ସ୍ଵାଧୀନ
ରକ୍ତ ଦିଅ,ସ୍ଵାଧୀନତା ନିଅ ର ଶବ୍ଦ
ସ୍ୱତନ୍ତ୍ରତା,ଆମର ଜନ୍ମଗତ ଅଧିକାର
ବିଭିନ୍ନ ଶବ୍ଦର ସ୍ୱର ଥିଲା,ସ୍ଵାଧୀନତା ପାଇଁ
ଇଂରେଜୀ ଙ୍କ ନିଷ୍ଟୁର ହୃଦୟ ,ପରିବର୍ତ୍ତନ କ୍ରମରେ
ସ୍ବାଧିନ ମିଳିଲା,ଶବ୍ଦ ନାଦ ର ଶବ୍ଦରେ।
ସ୍ବାଧିନ ଦେଶରେ ବି ଶବ୍ଦର ସମ୍ଭାର
ଜୟ ଯବାନ ଜୟ କିଷାନ୍ ଆଦୃତ ହୋଇଛି
ଭଲ ଦିନ ଆସୁଛି ବି କିମିୟା କରିଛି
କଥାରେ ଶବ୍ଦର ଠିକ୍ ବ୍ୟବହାର
କଥାର ଶବ୍ଦରେ ଚରିତ୍ର ଜୀବନ୍ତ
ଜୀବନ ବଦଳୁଛି କଥାର ଓଲଟ ପାଲଟ ଶବ୍ଦରେ
ଶବ୍ଦର ଶବ୍ଦରେ ଦୁନିଆ ଚାଲୁଛି ।
ଶବ୍ଦର ବି ଭିନ୍ନ ଭିନ୍ନ ରୂପ
କେଉଁଠି ବରଦାନ ,କେଉଁଠି ଅଭିଶାପ
କେଉଁଠି ତିକ୍ତ ବଚନ,କେଉଁଠି ପ୍ରବଚନ
କେଉଁଠି ପାଣି ପରି ଶୀତଳ,କେଉଁଠି ଜଳନ୍ତା ନିଆଁ
କେଉଁଠି ନୀରବ,କେଉଁଠି ଗର୍ଜନ
ଶବ୍ଦ ଚାରିପଟେ ନାଚୁଛି ମଣିଷ
ଏବେ ବି ବୁଝିନି ଅଢ଼େଇ ଅକ୍ଷର ପ୍ରେମର ମହତ୍ତ୍ଵ
ଗର୍ବ ଅହଙ୍କାର ରେ ଜଳି ଜଳାଉଛି।
ଶବ୍ଦ ରେ ଅଙ୍କୁଶ,ଆଉ ଶବ୍ଦ ନାହିଁ
ଆଢ଼ୁଆଳେ ସଂଘ,ସମ୍ମିଳନୀ
ପ୍ରତିପକ୍ଷ ର ସାକ୍ଷାତ ଆଉ ଶବ୍ଦ ବିନିମୟ
ସୋସିଆଲ ମିଡିଆରେ ବି ଶବ୍ଦ ନାହିଁ
ତଥାପି ଶବ୍ଦ ର ଖେଳ ଚାଲୁ ରହିଛି,ରହିବ
ବିନା ଶବ୍ଦର ଶବ୍ଦରେ ସବୁକିଛି ଅଧୁରା ରହିବ।
