STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Inspirational

4  

ପ୍ରିୟଦର୍ଶିନୀ ମହାନ୍ତି

Inspirational

ଶବ୍ଦ ଶୃଙ୍ଗାର

ଶବ୍ଦ ଶୃଙ୍ଗାର

1 min
278


ବସିଯାଏ ଯେବେ କବିତା ନିମନ୍ତେ

ହସ୍ତରେ ଲେଖନୀ ତୋଳି,

ପୁଞ୍ଜା ପୁଞ୍ଜା ଶବ୍ଦ କଜିଆ କରନ୍ତି

କେ ଆଗେ ବସିବ ବୋଲି।


ଅନ୍ୟବେଳେ ସବୁ ଲୁଚନ୍ତି କୁଆଡେ

ଖୋଜି ବି ପାଏ ମୁଁ ନାହିଁ,

କଲମ କାଗଜ ସାଥେ ବସିଗଲେ

ଶବ୍ଦ ଆସିଯାନ୍ତି ଧାଇଁ।


ସଭିଙ୍କୁ ଆଦରେ ଶାନ୍ତ କରିଦିଏ

ବୁଝାଇ ତାଙ୍କର ମନ,

ଜଣ ଜଣ କରି ସଭିଙ୍କୁ ମିଳିବ

ସଭିଙ୍କ ଉଚିତ ସ୍ଥାନ।


ଉପଯୁକ୍ତ ସ୍ଥାନେ ବସି ନ ପାରିଲେ

ଶବ୍ଦମାନେ ଯାନ୍ତି ରୁଷି,

କବିତାଟି ମଧ୍ୟ ଲାଗେ ରସହୀନ 

ଯଦି ଶବ୍ଦ ଯାଏ ଖସି।


ଶବ୍ଦମାନେ ସବୁ ଭାବନା ସହିତ

ସାଲିସ କରନ୍ତି ନାହିଁ,

କବିତାରେ ଟିକେ ସାମିଲ ହେବାକୁ

ପ୍ରତିଯୋଗୀ ଥାନ୍ତି ହୋଇ।


ଭାବନା ସମୂହ ଶବ୍ଦ ରୂପ ନେଇ

କବିତାରେ ପାନ୍ତି ସ୍ଥାନ,

ଶବ୍ଦର ବିନ୍ୟାସ ଉତ୍ତମ ରହିଲେ

କବିତାର ବଢେ ମାନ।


କବିତା ରୂପକ ଲାଜେଇ କନ୍ୟାର

ଶବ୍ଦ ହିଁ କରେ ଶୃଙ୍ଗାର,

ଶବ୍ଦ ହିଁ ଶବ୍ଦକୁ ସ୍ପଷ୍ଟୀକୃତ କରେ

ଶବ୍ଦ ଅଟେ ଯାଦୁଗର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational