ଶବ୍ଦ ଧନ୍ଦା
ଶବ୍ଦ ଧନ୍ଦା
ଚାରୋଟି ଅକ୍ଷର
ଭାବ ହେତୁ କର
ଅଟେ ମୁଁ ତୁମ ନିଜର
ମୂଳ ଆଉ ଶେଷ
କରିଦେଲେ ଯୋଗ
ନିମିଷେ ହୁଅଇ ପର ।
ମୁଁ ଏକ ଶବଦ
ମୁଁ ଏକ ଅଭେଦ
ମୁଁ ସମାଜ ମୂଳପିଣ୍ଡ
ଏକ ଦୁଇ ତିନି
ମୁଁ ଖାଦ୍ୟ ଶକତି
ଫିଟେ ମୋ ପାଇଁ ତୁଣ୍ଡ ।
ବାହ୍ୟ ବା ସମାନ
ମୂଳ ଦ୍ୱୟ ଅର୍ଥ
ଶେଷ ଦ୍ୱୟ ହିଁ ଦ୍ୱ।ଦଶ
ମୁଁ ସୁଖଶାନ୍ତି
ମୁଁ ଭାବପ୍ରୀତି
ଫେଡ ବନ୍ଧୁ ମୋ ରହସ୍ୟ ?
ମୋଟେ କହିବିନି
ଆଗରୁ ଉତ୍ତର
ପିଲାମାନେ ତୁମେ ନିଜେ କର
ମୁଣ୍ଡକୁ କରିଲେ
ଧିର ଆଉ ସ୍ଥିର
ଭଲ ନିଜେ ଠିକ୍ ପରିବାର ।
-------------
