STORYMIRROR

Debabrata Mishra

Abstract Action Classics

3  

Debabrata Mishra

Abstract Action Classics

ଶବ ପରି ଜୀବନ

ଶବ ପରି ଜୀବନ

1 min
190

ମଣିଷ ଆଉ ଓଡ଼ିଆ ସିନେମା ଦେଖି କାନ୍ଦୁନି

ପ୍ରେମଗୀତ ଦେଖି ଆଉ ସେ ପ୍ରୀତିଶ୍ରାବଣରେ ଭିଜୁନି

ରାସ୍ତାରେ ରକ୍ତାକ୍ତ ଦୁର୍ଘଟଣା ଦେଖି ମଧ୍ଯ 

ମଣିଷ ପଣିଆ ଛାଡ଼ି ମୁହିଁ ବୁଲେଇ ସେ ଯାଉଛି।


କେଉଁଠି ଅଭାଷା ଶୁଣିଲେ ତାକୁ ଖରାପ ଲାଗୁନି

ଆଜିକାଲି ଚଳେ କହି ଦାନ୍ତ ଦେଖାଇ ହସୁଛି

ବାର୍ଦ୍ଧକ୍ଯ କାଳେ ମଧ୍ଯ ସେ କଞ୍ଚା ଦେହ ଖୋଜୁଛି

ମା' ର ରାଣ ଆଉ ପୁଅଝିଅକୁ ବାନ୍ଧି ରଖୁନି ।


ପରିବାରରେ ଟିଭି ଆଗରେ ଆଉ ସମସ୍ତେ 

ଏକାସାଙ୍ଗରେ ବସି ବାରମଜା-ମୁଢି ଖାଉନାହାଁନ୍ତି,

ନେତାମନ୍ତ୍ରୀ ନୈତିକତା ପାଇଁ ଇସ୍ତଫା ଦେଉନାହାନ୍ତି

ମୋବାଇଲ୍ ରେ ଅନେକ ଫେଟୋ କିନ୍ତୁ ସମ୍ପର୍କ କ୍ଷୀଣ ।


ମଣିଷ ରୋଜଗାରର ଯନ୍ତ୍ର ହୋଇ ଯନ୍ତ୍ରଣା ପାଉଛି

ଯନ୍ତ୍ରଣା ଭୁଲି ଟିକେ ସୁଖ ପାଇଁ କେତେ ଯନ୍ତ୍ରଣା ଦେଉଛି

ରୋଷେଇ ଘରେ ବିନା କୁକୁଡ଼ା, ଅଣ୍ଡାରେ ଯେମିତି 

ଘରଟା ସତରେ ଗରୀବ ଗରୀବ ଦୁର୍ଗନ୍ଧ ହେଉଛି ।


ମନ୍ଦିରର ସଂଖ୍ଯା ବଢିବଢି ଚାଲିଛି ପ୍ରତି ସହରେ

ମଣିଷ ଖାଇବା ପିନ୍ଧିବା ବୁଲିବା ଓ ଫୋଟୋ ଉଠାଇବାକୁ ହିଁ

ଜୀବନର ମୂଖ୍ଯ ଅଙ୍ଗ ଭାବିଛି ଭାବୁଛି ଭାବୁଥିବ

ସତରେ ଲାଗୁଛି ମଣିଷ ଶବପରି ଜୀବନ ବିତାଉଛି। 


Rate this content
Log in

Similar oriya poem from Abstract