STORYMIRROR

Priyaranjan Biswal

Classics

3  

Priyaranjan Biswal

Classics

ଶାଶୁଘର

ଶାଶୁଘର

1 min
317

ଝିଅଟିଏ ଯେବେ

ଯାଏ ଶାଶୁଘର

ମଥାରେ ଓଢଣା ଟାଣି

ମୁଣ୍ତ ନଇଁ ନଇଁ

ଚାଲେ ଶାଶୁଘରେ

ପାଦକୁ ତାହାର ଗଣି


ଆଖିରେ ଥାଏ ତା'

ଆଖିଏ ସପନ

ମନରେ ଅନେକ ପ୍ରଶ୍ନ

ନୂଆ ନୂଆ ଲୋକ

ନୂଆ ପରିବେଶ

କିପରି କାଟିବ ଦିନ


ମାଆକୁ ଛାଡିଣ

ପାଇଅଛି ଶାଶୁ

ବାପା ବଦଳେ ଶଶୁର

ବିଧିର ବିଧାନ

କେ କରିବ ଆନ?

ଏଇଯେ ଭାଗ୍ଯ ଝିଅର


ଶାଶୁଘରେ ଯାଇ

ଚଳିଥାଏ ଝିଅ

ସଭିଙ୍କୁ କରି ନିଜର

ତଥାବି କାହିଁକି

ନାରୀ ନିର୍ଯାତନା

ଦିନର ତାଜା ଖବର


ନଣନ୍ଦଟେ ଥିଲେ

ଭଉଣୀଟେ ମିଳେ

ରହିଅଛି ଲୋକ କଥା

ସେଇ ନଣନ୍ଦ ଯେ

ଗଞ୍ଜଣା ଦିଅଇ

ଶୁଣିଲେ ଘୁରଇ ମଥା


ଶାଶୁ ପୁଣି ଯଦି

ସାଜିବ ବଇରି

ଦିନ ଯିବ ଡରି ଡରି

ସ୍ୱପ୍ନକୁ ତାହାର

ଭାଙ୍ଗିବାର ଦେଖି

ବଞ୍ଚିବ ସେ ମରି ମରି


ସବୁ ନିର୍ଯାତନା

ପଛେ ସେଇ ନାରୀ

କରନ୍ତି କେତେଯେ ପାଲା

ପୁରୁଷ ନାମକୁ

ତୁଣ୍ତରେ ଧରିଣ

ମିଛେ କରୁଥାନ୍ତି ହାଲା


ପୁରୁଷ ପ୍ରାଧାନ୍ଯ

ସମାଜ ବୋଲିକା

କହିଥାନ୍ତି ସବୁ ଜନ

ଶାଶୁ ବହୁ କଳି

ସ୍ୱାମୀ ପଡେ ବଳି

କେହି ବୁଝନ୍ତିନି ମନ


ସଂସାର ଜଞ୍ଜାଳେ

ବସି ଏକାନ୍ତରେ

ନିତି ଢାଳେ ସ୍ୱାମୀ ଲୁହ

ଅଜେଗା ଘାଆକୁ

ଦେଖାଇ ପାରେନା

ସମ୍ଭାଳିବ କିଏ କୁହ


ନାରୀର‌ ଶତୃଯେ

ଅଟେ ସେଇ ନାରୀ

କହିବ ସିଏ କାହାକୁ

ବଞ୍ଚିବାକୁ ହେବ

ତାକୁ ଜଳିଜଳି

ଆଦରି ନିଜ ଭାଗ୍ଯକୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics