ଶାଶ୍ଵତ
ଶାଶ୍ଵତ
ଅକୁହା କିଛି ଶୁଣା ଯାଇ ଥାଏ
ଅଦେଖା କିଛି ଦେଖା ଯାଇ ଥାଏ!!
ଅଛୁଆଁ କିଛି ଧରାଇ ଯାଏ
ଅପ୍ରାପ୍ୟ କିଛି ଆପଣାଇ ନିଏ..
ଯେତେବେଳେ କିଏ ଜଣେ କହି ଦିଏ !!
ମୁଁ ତୁମର l
ଅସ୍ତିତ୍ବକୁ ଟିକେ ଦୋହଲାଇ ଦିଏ !!
ସମ୍ପର୍କକୁ ଟିକେ ମଜବୁତ କରି ନିଏ !!
ବିଶ୍ୱାସରେ ମନ କିଣି ନିଏ!!
ମନ ଯଦି କହି ଉଠିଥାଏ..
ମୁଁ ତୁମର l
ଆଉ କିଛି ଡର ନ ଥାଏ
କେଉଁ ରାସ୍ତା ରେ କଷ୍ଟ ନ ଥାଏ
ଚାଲିଲେ କେବେ ଥକା ନ ଥାଏ
ଆଉ କିଛି ଦ୍ଵନ୍ଦ ନ ଥାଏ
ଯଦି ସେ ଥରେ କହି ଦିଏ
ଏକା ନୁହଁ ତୁମେ କେବେ ଜାଣି ଯାଅ
ମୁଁ ତୁମର l

