STORYMIRROR

JitendraNath Gahir

Romance

3  

JitendraNath Gahir

Romance

ଶାଶ୍ବତ ପ୍ରେମ

ଶାଶ୍ବତ ପ୍ରେମ

1 min
97

ଅନାଦି କାଳରୁ ପ୍ରେମ ଯେ ଶାଶ୍ବତ 

ପ୍ରେମ ସତ୍ଯ ଚିରନ୍ତନ

ପାର୍ଥିବ ଜଗତେ ସବୁ ସମ୍ପର୍କରୁ

ପବିତ୍ର ଏଇ ବନ୍ଧନ ।୧।

ପ୍ରେମ ପ୍ରକୃତିର ବରଦାନ ଅଟେ

ଦୁଇଟି ହୃଦୟ ପାଇଁ

ଆକାଶ ଗର୍ଭରେ ଚନ୍ଦ୍ର ଶୋଭାପାଏ

ସରସୀରେ ଉଏଁ କଇଁ ।୨।

ପଦ୍ମ ମଧ୍ଯ ଚାହେଁ ସୂର୍ଯ୍ଯଙ୍କର ମୁହଁ

ଲଭିବାକୁ ଜ୍ଯୋତିଧାରା

ଆନନ୍ଦ ମନରେ ନିତି ଦେଖୁ ଥାଏ

ସୂର୍ଯ୍ଯଙ୍କୁ ଜୀବନ ସାରା ।୩।

ଠିକ୍ ସେହିପରି ପ୍ରେମ କରୁଥିବି

ପ୍ରେମିକା ଗୋ ତୋତେ ଚାହିଁ

ତୁ ପଦୁଅ ହେଲେ ମୁଁ ହେବି ସୂରୁଯ

ଚନ୍ଦ୍ର ହେଲେ ହେବୁ କଇଁ।୪।

ଯେତେ ଦିନ ଯାଏଁ ସୂର୍ଯ୍ଯ ଚନ୍ଦ୍ର ତାରା 

କରୁଥିବେ ଆତଯାତ

ସେତ ଦିନ ଯାଏଁ ପ୍ରେମ କରୁଥିବି

ଏମିତି ପ୍ରେମିକ ମୁଁ ତ।୫।



Rate this content
Log in

Similar oriya poem from Romance