Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Abstract

4  

Niranjan Mishra

Abstract

ଶାରଦୀୟ ପୂଜା

ଶାରଦୀୟ ପୂଜା

1 min
275



ନିର୍ମଳ ଶରଦ ବିରାଜେ ଧରାରେ

ସଭିଏଁ ହରଷ ମତି ।

ମାଆ ଦଶଭୁଜା ଧରାକୁ ଆସିବେ

ସମୀର ଗାଉଛି ଗୀତି ।୧।

ପରମ୍ପରା କ୍ରମେ ଷୋଡଶ ଦିବସ

ପୂଜା ଚାଲେ ମାତାଙ୍କର ।

ଶାରଦୀୟ ଦୁର୍ଗୋତ୍ସବ ନାମ ବୋଲି

ପ୍ରସିଦ୍ଧି ଅଛି ଏହାର ।୨।

ମୂଳାଷ୍ଟମୀଠାରୁ ଏ ପର୍ବ ହୁଅଇ

ଦଶହରା ପରିଯନ୍ତେ ।

ପୀଠ ଦେବୀ ପୂଜା ପାଆନ୍ତି ଏଥିରେ

ଜାଣନ୍ତି ଏହା ସମସ୍ତେ ।୩।

ମହା ଆଡମ୍ବରେ ପୂଜା ମଣ୍ଡପରେ

ମୃଣ୍ମୟୀ ଦେବୀଙ୍କ ପୂଜା ।

ଚାରିଦିନ ହୁଏ ଦଶହରା ଯାଏଁ

ବାଜୁଥାଏ କେତେ ବାଜା ।୪।

ଆଲୋକମାଳାରେ ସୁସଜ୍ଜିତ ସାରା

ପୂଜା ମଣ୍ଡପ ହୁଅଇ ।

ନୃତ୍ୟ ଭଜନର ଆସର ଚାଲଇ

ସଭିଙ୍କୁ ଆନନ୍ଦ ଦେଇ ।୫।

ପାପ ତାପହାରୀ ମାଆ କୃପା କରି

ଦଶହରା ପରଦିନ ।

ମେଲାଣି ଉତ୍ସବ ପାଳନ ହୁଅଇ

ଭସାଣି ହୁଏ ସେ ଦିନ ।୬।

ସବୁ ବରଷ ମା ଧରାକୁ ଆସନ୍ତି

ଦାନବ ଦଳନ ପାଇଁ ।

ଦୁଷ୍ଟ ନାଶି ଶିଷ୍ଟ ପାଳନ କରନ୍ତି

ଭକ୍ତଙ୍କୁ ଆନନ୍ଦ ଦେଇ ।୭।

ଆଦିଶକ୍ତି ମାତା ଦୁର୍ଗାଙ୍କ ଚରଣେ

ସଦା ପ୍ରଣତି ମୋହର ।

କରୁଣା କଟାକ୍ଷେ ଚାହିଁଥିବୁ ମାତା

ସବୁ ସନ୍ତାନଙ୍କୁ ତୋର ।୮।


Rate this content
Log in

Similar oriya poem from Abstract