STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଶାନ୍ତି

ଶାନ୍ତି

1 min
25


ଟଙ୍କା ପରେ ବସି କରୁଛି ବେପାର

ଅଛି କି ଶାନ୍ତିରେ କହ !

ଧନ ପୂରି ଅଛି ଘରରୁ ବାହାର

ଅନ୍ତରଙ୍ଗେ ଉଠେ କୋହ।                

ଏହୁ ପରା ସାଂସାରିକ

ନାହିଁ ଟି କେଉଁଠି ଜୀବନରେ ଶାନ୍ତି

ଭାବିଣ ହୁଏ ଅବାକ !!


ଶାନ୍ତି ପାଇଥିଲେ ଗୌତମ ବୁଦ୍ଧ ହେ

ତ୍ୟାଗ କରି ରାଜ ପାଟ

ଦେଇ ତିଳାଞ୍ଜଳୀ ପତ୍ନୀ ପୁତ୍ର ପ୍ରେମ

ଧରି ଥିଲେ ଶାନ୍ତି ବାଟ।

ଥିଲେଖୋଲି ଜ୍ଞାନନେତ

ଯୋଡ଼ି ଦେଇ ଥିଲେ ଆତ୍ମା ପରମାତ୍ମା

ଶାନ୍ତିର ଜ୍ଞାନ ସାକ୍ଷାତ !!


ଜୀବନ ମହତ୍ତ୍ଵ କର୍ମର ରହସ୍ୟ

ଦେଲେ ଉପଦେଶ ଜନେ

ଜ୍ଞାନ ଭରି ଥିଲେ ବିଭୂତିର ଜ୍ଞାନେ

ସାର ତତ୍ତ୍ୱ ପ୍ରାଣୀ ମନେ।

ପ୍ରଚାର ବୌଦ୍ଧ ଧର୍ମର

ତାହାକୁ ଗ୍ରହଣ କରିଲେ ଜନତା

ପୂଜିଲେ ତାଙ୍କ ପୟର !!


ଦୁଃଖରେ ଆତୁର ନହେବାରେ କେବେ               

ସୁଖ ଯେ ଆସିବ ଦିନେ

ଅଶାନ୍ତ ମନକୁ ଶାନ୍ତି ଯେ ମିଳିବ

ପ୍ରଭୁଙ୍କର ଭକ୍ତି ଜ୍ଞାନେ।

ପରମବ୍ରହ୍ମ ଈଶ୍ୱର

ମୋହ ମାୟା ଲୋଭ ଦେବେ ଦୂର କରି

ନିରାକର ବ୍ରହ୍ମାଣ୍ଡର !!


ଜୀବ ପ୍ରତି ଦୟା ସେବା ପ୍ରୀତି ଭାବ

ମନୁଷ୍ୟ କର୍ତ୍ତବ୍ୟ ପରା

ହିଂସା ଅହଂକାର ଦିଅ ଦୂର କରି 

ଶାନ୍ତି ଯେ ମିଳିବ ସାରା।

ଉପଦେଶ ଜ୍ଞାନ ତତ୍ତ୍ୱ

ଦେଇ ଥିଲେ ମନ୍ତ୍ର ବ୍ରହ୍ମ ଜ୍ଞାନୀ ଜନେ

ଶାନ୍ତିର ପଥ ଜଡ଼ିତ !!


ଈଶ୍ୱର ରୂପରେ ପୂଜନ ତାଙ୍କର

ତପସ୍ୟା ବଳୁ ଅର୍ଜିତ

ଦେଉ ଛନ୍ତି ଶିକ୍ଷା ଦୁନିଆ ଜନଙ୍କୁ

ଅଜ୍ଞାନ କର ବର୍ଜିତ।

ଶାନ୍ତି ପ୍ରାପ୍ତିର ଏ ତତ୍ତ୍ୱ

ରାଷ୍ଟ୍ର ସେବା ଜ୍ଞାନ ଜନ ସେବା ଧ୍ୟାନ

କର୍ତ୍ତବ୍ୟ ଜ୍ଞାନ ମହତ୍ତ୍ଵ !!



Rate this content
Log in

Similar oriya poem from Abstract