ଶାମ୍ବ ଦଶମୀ
ଶାମ୍ବ ଦଶମୀ
ପୌଷ ମାସ ଶୁଳ୍କ ଦଶମୀ ତିଥିରେ
ଶାମ୍ବ ଦଶମୀ ଟି ପଡେ
ସୂର୍ଯ୍ୟ ଦେବତା ଙ୍କ ବଡ ପର୍ବ ସିଏ
ନକଲେ ରୋଗ ନ ଛାଡେ ।
ସକଳ ଶକ୍ତିର ଆଧାର ସୂରୁଜ
ଦିବ୍ୟ ଦର୍ଶନ ଦିଅନ୍ତି
ଶାମ୍ବ ଦଶମୀ ରେ ଦଶ ପରକାରେ
ନୈବେଦ୍ୟରେ ଶାନ୍ତି ପାନ୍ତି ।
ଘରେ ଘରେ ଆଜି ଜନନୀ ପୂଜନ୍ତି
ପ୍ରଭୁ ସୂର୍ଯ୍ୟ ଦେବତାଙ୍କୁ
ସ୍ବାମୀ, ସନ୍ତାନ ଙ୍କ ନିରୋଗି ପାଇଁ କି
ଭକ୍ତି ରେ ଡାକନ୍ତି ତାଙ୍କୁ ।
ସକାଳ ଧୂପରେ ମିଠା ଫଳ ଛେନା
ପୋଡପିଠା ସମର୍ପନ୍ତି
ମଧ୍ୟାହ୍ନ ଧୂପ ରେ ଖିଚିଡି ଡାଲମା
କ୍ଷୀରି, ପିଠା ପଣା ଦ୍ୟନ୍ତି ।
ଦଶ ପରକାରେ ପରିବା ପକାଇ
ପିଟା ଡାଲମା ଟେ ହୁଏ
ଆଜି ଠାରୁ ଶିମ୍ବ ଭୋଗ ଲାଗି କରି
ଖାଇବା ଆରମ୍ଭ ହୁଏ ।
ଶାଗ, ପିଠା, ମିଠା, ଜଲେବି ଚକୁଳି
ଚିତଉ , ସରୁଚକୁଳି
କେତେ ପରକାରେ ଫଳ ଭୋଗ କରି
ଦିଅନ୍ତି ପୁଷ୍ପ ଆଞୁଳି ।
ସଂଧ୍ୟା ଧୂପ ପୁଣି ଦିଅନ୍ତି ଭକ୍ତି ରେ
ଗୋଟିଏ ବୁଢା ଚକୁଳି
ଛେନା , ନଡିଆକୁ , ଗୁଡ, ଅଦା ଦେଇ
କରନ୍ତି ବୁଢା ଚକୁଳି ।
କୃଷ୍ଣ ଅଭିଶାପ ଦେଲେ ତ ଶାମ୍ବଙ୍କୁ
ପୁତ୍ର ଅହଂକାର ପାଇଁ
ପିତା ଅଭିଶାପେ କୁଷ୍ଠ ରୋଗ ହେଲା
କେତେ କଷ୍ଟ ପାଇଲଇଁ ।
ରୋଗରୁ ମୁକତି ପାଇବା ପାଇଁ କି
ଦିବାକର ପୂଜା କଲେ
ସୂର୍ଯ୍ୟ ଦେବତା ଙ୍କ ଆଶୀର୍ବାଦ ରୁ ସେ
ରୋଗରୁ ମୁକତି ହେଲେ ।
ସୂର୍ଯ୍ୟ ନାରାୟଣ ପ୍ରତ୍ୟକ୍ଷ ଦେବତା
ଅଳ୍ପକେ ସନ୍ତୋଷ ସିଏ
ନିରୋଗି କରନ୍ତି ଶକ୍ତି ଦାନ ଦେଇ
ତାଙ୍କ କୃପା ଦୃଷ୍ଟି ଥାଏ ।
