STORYMIRROR

Surjyakanta Dash

Tragedy

4  

Surjyakanta Dash

Tragedy

ଶାଗୁଣା ରୁପି କରୋନା

ଶାଗୁଣା ରୁପି କରୋନା

1 min
142

ଆକାଶରେ ଚକର୍ କାଟୁଛି ଶାଗୁଣା

ଆଗରୁ ତ କାହିଁ ଦେଖାଯାଉଥିଲେ

ପିଲାଦିନେ ଯାହା ଦିଶୁଥିଲା

ଆମ ଗାଁ ନଦୀ ପଠାରେ,

ଗାଆଁରେ କାହାର ଗୋରୁ ଗାଈ ମରିଗଲେ

ପକେଇ ଦେଇ ଆସନ୍ତି

ସେତେବେଳେ ଦେଖାଯାନ୍ତି ଶାଗୁଣା ମାନେ

ସେମାନଙ୍କର ମାଂସ ଭକ୍ଷଣ କରିବା ପାଇଁ

ଏବେକୁ ଆଉ ଦେଖାଯାନ୍ତି ନାହିଁ,

ଯେବେଠୁ ଆସିଛି କରୋନା

ସେବେଠାରୁ ଚକର କାଟୁଛନ୍ତି

ଗାଆଁରୁ ସହର ଯାଏଁ

ସେ ଶାଗୁଣା ତ ନୁହନ୍ତି

କୋଭିଡ଼୧୯ ହିଁ ଶାଗୁଣା ରୂପ ଧରି ଆସିଛି

ହେଇ ଦେଖୁନ, ଆମ ଗାଁ ଆଗରେ

ଥିବା ରଙ୍ଗଣି ସାହିକୁ

ଗୋଟେ ଭେଣ୍ଡାଟାଏକୁ କେମିତି ଉଠେଇନେଲା

ଟାଣିନେଲା ମୁନିଆ ଥଣ୍ଟରେ

ବିଦାରି ଦେଲା ଛାତି ତା ନଖରେ

ବାହାରି ଗଲା ଆତ୍ମା ତା ଶରୀର ଛାଡ଼ି

କରୋନା ପ୍ରକୋପରେ

ସ୍ୱାଗତ କରୁଛି ଆତ୍ମାମାନଙ୍କୁ 

ଦୂରେଇ ନଉଛି ସମସ୍ତଙ୍କୁ

ସେମାନଙ୍କର ଇପ୍ସିତ ଇଚ୍ଛାମାନଙ୍କଠୁ

କୋକୁଆ ଭୟରେ ସମସ୍ତ ପୃଥିବୀ ଥରହର

ମଣିଷ ଜୁଇର ନିଆଁରେ ଆକାଶ ଲେଲିହାନ

କରୋନା ରୁପି ଶାଗୁଣା ଆଜି ସମସ୍ତଙ୍କୁ କହୁଛି ଗ୍ରାସ

ଅବେଳରେ ଝଡିଯାଉଛି ଜୀବନ

କରୋନା ଓ ଜୀବନ ମଧ୍ୟରେ ଅଳ୍ପ କେତେ ଦୁରତ୍ଵ

ଯେମିତିକି ଆଖି ଖୋଲିବା ଓ ମୁଜିବା ମଧ୍ୟରେ

ଚାଲିଛି ରୀତିମତ ଲଢେଇ

ମରିବା ଓ ବଞ୍ଚିବାର ଏକ ଖେଳ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy