STORYMIRROR

Bibhu Samanta

Abstract

2  

Bibhu Samanta

Abstract

ଶ୍ୱେତପଦ୍ମ ଧାରେ

ଶ୍ୱେତପଦ୍ମ ଧାରେ

1 min
161

ପଚାରିଲି ଦିନେ,

କଳା ଭଅଁର କୁ

ଏ ମିଠା ଗୁଞ୍ଜରଣ ତୋତେ

କିଏ ଶିଖେଇଲା ତୋତେ କହ

ନିରେଖି କହିଲା, 

ଶ୍ୱେତ ସେବତୀର

ପାଖୁଡା କୋଳରେ

ସାଇତା ସୁଧା ବିନ୍ଦୁ ଟିଏ 

ବାସୁଥାଏ ମହମହ


ପଚାରିଲି ଦିନେ,

କଳା କୋଇଲିକୁ 

କଣ୍ଠରେ ତୋର କୁହୁକ ମଣି

କିଏସେ ବାନ୍ଧିଛି କହ

ଲାଜେଇ କହିଲା

ନବ ନିକୁଞ୍ଜରେ

ମୁକୁତା ମଣ୍ଡିତା

ଶୁ୍କ୍ଲ ତପସ୍ୱିନୀଟିଏ

ଗାଉଥାଏ ଅହରହ


ପଚାରିଲି ଦିନେ, 

କଳା କାହ୍ନୁ କୁ

ବେଣୁରେ ତୋହର

ମୋହିନୀ ଛନ୍ଦଟେ

କିଏସେ ଖଞ୍ଜିଲା କହ

ହସିକି କହିଲା,

ଶୂନ୍ୟ ସରସୀର

ଶ୍ଵେତପଦ୍ମ ଧାରେ

ମୁକ୍ତ ବୀଣା ଟିଏ

ନିତ୍ୟ ରମେ ମୋ ସହ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract