STORYMIRROR

Anam Charan Sahoo

Inspirational

4  

Anam Charan Sahoo

Inspirational

ସେତୁ

ସେତୁ

1 min
357

ହୃଦକୁ ହୃଦରେ ଯିଏ ଯୋଡିପାରେ

ତାକୁହିଁ କୁହନ୍ତି ପ୍ରେମ

ନାହିଁ ଆନ ପନ୍ଥା ହୋଇଅଛି ଗୁନ୍ଥା

ଅଟେ ସେ ଅନତିକ୍ରମ।


ଥାଏ ତହିଁ ମାନ ଥାଏ ଅଭିମାନ

ନଥାଏ ତ ରାଗ, ଦ୍ୱେଷ

ଅଟେ ଅପ୍ରାକୃତ ଜୀବନର ବିତ୍ତ

ନ ହୁଅଇ କେବେ ଶେଷ।


ସବୁ ବନ୍ଧନର ଉର୍ଦ୍ଧ୍ବେ ସିଏ ସ୍ଥିତ

ଜନମରୁ ପାଶେ ରହି

ଅସାର ସଂସାରେ ପଥ ସେ ଦେଖାଏ

ଲେଖିଲେ ହୋଇବ ବହି।


ପ୍ରକାଶ୍ୟ ନୁହଁଇ ଅପ୍ରକାଶ୍ଯେ ଥାଇ

ଗୁଣଗ୍ରାହୀ ପାରେ ଜାଣି

ଜଳ,ସ୍ଥଳ,ବନ ମନ,ଉପବନ

ଖଞ୍ଜିଛନ୍ତି ଚିନ୍ତାମଣି।


ବାପାଙ୍କ ଆକଟ ମାଆର ସେନେହ

ଗୁରୁଜନ ହିତବାଣୀ

ପ୍ରେମିକ ପ୍ରେମିକା ମନର ଭାବନା

ରହିଛି ଆବେଶେ ଜାଣି।


ହେ ମୁଢ ମାନବ କର ଅନୁଭବ

ସଂସାରତ ପ୍ରେମମୟ

କୋଟି ହୃଦୟରେ ବାସ ଦେଇଥାଏ

ପ୍ରେମାମୃତେ କରି ଜୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational