STORYMIRROR

Kali Kumar

Abstract Others

4  

Kali Kumar

Abstract Others

ସେଇଠି ସ୍ୱର୍ଗ ଦେଖିଛି

ସେଇଠି ସ୍ୱର୍ଗ ଦେଖିଛି

1 min
217

ସେଠି ସବୁବେଳେ ଦୁଇ ବିପରୀତାମୁଖୀଙ୍କ

ଯିବା ଆସିବା, କେତେବେଳେ ହର୍ଷ - ବିଷାଦର;

ଆଶା - ନିରାଶାର; ସୁଖ - ଦୁଃଖର; କ୍ଷୋଦ୍ଧା - ତୃପ୍ତିର;

କ୍ଷୋଭ- ଉହ୍ଲାସର; ଶାନ୍ତି -କ୍ରାନ୍ତିର;

ପୁଣି କେତେବେଳେ ଜୀବନ - ମୃତ୍ୟୁର ।।


ଜୀବନ -ମୃତ୍ୟୁ ସେଠି ଏକାକାର ହୁଅନ୍ତି

ହାତଠୁ ମୁଖଶାଳା ଯାଏଁ

ବିଶ୍ବାସର ଏକ କୁଟାଖିଅକର ସେତୁ

ସେତୁ ଭାଙ୍ଗିଲେ,

ମୃତ୍ୟୁ ଜୀବନ ପାଏ, ଆଉ 

ଜୀବନ ମୃତ୍ୟୁ ।।


ସତରେ କେଡ଼େ ବିଚିତ୍ର ସେ ସ୍ୱର୍ଗ

ସେଠି ପାରିଜାତ ନାହିଁ, ନାହିଁ କାମଧେନୁ 

ହର୍ଷ ନାହିଁ, ନାହିଁ ଉହ୍ଲାସ, ଆମୋଦ ନାହିଁ, ନାହିଁ ପ୍ରମୋଦ 

ଅନାୟସେ, ଅହରହ ଅନ୍ଧକାର ସେଠି ଆକ୍ରମଣ କରେ

ସାଥିରେ ପୁଣି ଦୀନ ଦାରିଦ୍ରତା, ଥାଏ ପୁଣି ଜଠ ଫଟେଇଲା ପରି କ୍ଷୋଦ୍ଧାର ଉତ୍ପୀଡ଼ନା ।।


ତଥାପି

କିଛି ନ ଥିବା ସେ ସ୍ୱର୍ଗରେ, ଥାଏ କେବଳ

ଯୋଡ଼େ ଦି' ଯୋଡ଼ା ନିର୍ଲିପ୍ତ ଆଖି, 

ଯାହା ବିଶ୍ୱାସରେ ସର୍ବଦା ଚିକ୍ ମିକ୍, ଥାଏ

କେଇଟା ରୁଗ୍ଣ ଜୀର୍ଣ୍ଣ ରକ୍ତ ମାଂସର ଜୀବନ୍ତ କୋଷ,

ଯାହାର ନୁଖୁରା ମୁହଁରେ ଝୁଲୁଥାଏ ଚେନାଏ ହସ

ଆଉ ଉଡୁଥାଏ ଶସ୍ତା କସ୍ତା ଶାଢ଼ୀର ପଣତ, 

ଯାହା ମୋ ପାଇଁ ମାଟି ଓ ଆକାଶ ।।


ସେ ସ୍ବର୍ଗର କାନ୍ଥ ବି ଖୁବ୍ ଅଜବ

ଚାରିଆଡ଼ୁ ନିବଦ୍ଧ, ତଥାପି ସମସ୍ତେ 

ଅନାୟାସରେ ଆସି ଯାଇ ପାରନ୍ତି 

ତା' ମୁଖଶାଳାରୁ ହାଣ୍ଡିଶାଳ ଯାଏଁ ଅନେକ ଇତିହାସ

ଦୁଃଖ ଯନ୍ତ୍ରଣାର ଲୋହିତ କାର୍ପେଟ ଉପରେ, ନିର୍ମମ ଗୋଲାପି ଅଵସୋସ । 


ଚୁଲିରୁ ଉଡ଼ି ଆକାଶ ମୁଖୀ ହେଉଥିବା 

ପାଉଁଶ ସବୁ, ତା' ଛିଦ୍ର ଚାଳରେ ଚାନ୍ଦୁଆ ସାଜନ୍ତି

ପୁଣି, କେତେବେଳେ ସେମାନେ ମାଟିକୁ ଚୁମିବାକୁ ଇଚ୍ଛା କରିଲେ, ତା' ପାଇଁ ସେ ଉଲ୍ଲକା ହୋଇ ଖସନ୍ତି ।


ଖୁଣ୍ଟା ଡାଙ୍ଗର ତାଗିଦ୍ ରେ, ଧିମେଇ ଆସୁଥିବା ନିଆଁକୁ

ତେଜିଆନ୍ ହୋଇ ଯୁବକ ହେବାର ଦେଖିଛି,

ଏଇ ଦେଖ, 

ଗାଁ ଶେଷ ମୁଣ୍ଡ ଦିଶୁଛି

ସେଇଠି ମୁଁ ସ୍ୱର୍ଗ ଦେଖିଛି ।।



Rate this content
Log in

Similar oriya poem from Abstract