STORYMIRROR

Amitav Sahu

Abstract

3  

Amitav Sahu

Abstract

ସେଇ ଶୀତ ରାତିର ଦୃଶ୍ୟ

ସେଇ ଶୀତ ରାତିର ଦୃଶ୍ୟ

1 min
475

ଏଯାଏଁ ସିଆଁ ହେଇନି

ଗତଥରର କମ୍ବଳ

ଏତେ ଅଭାବ ଯେ

ଜମାରୁ କିଣି ହେଲାନି ଶୀତ ପୋଷାକ

ଏଣେ ଘର ଆଗରେ

ପହଁରା ମାରୁଛି ଶୀତ


ଏବେ କ'ଣ ଯେ ହେବ

ସତସିଆଁ ଘର

ଭଙ୍ଗା ବାଡ଼

ଖୋଲା ଝରକା

ଫୁଙ୍ଗୁଳା ଦେହ

ତଥାପି ଏ ଦୁଃଖିର କଥା

ଶୀତ କ'ଣ ବୁଝିବ

ନିଶ୍ଚୟ ଘରେ ପଶିବ

ସଭିଙ୍କୁ ନୋଚି ନୋଚି ଖାଇବ


ଏ ଶୀତଟା

ଏତେ ନିଷ୍ଠୁର ଯେ

ମରିଥିବାକୁ ଆହୁରି ମାରିବ

ଆଉ ଜିଉଁଥିବାକୁ

ଆହୁରି ଜିଆଁଇବ

ଏମିତି କରି ତାକୁ କ'ଣ ଯେ ମିଳିବ

ଅଥଚ ମୋପରିଆଙ୍କୁ

ବାର ବାର ଗ୍ରାସିବ


ସେ ପ୍ରତିଥର ଆସେ

ଦୋହଲାଏ ଚହଲାଏ ଥରାଏ

ମାଟିକୁ, ଆକାଶକୁ

ପାଣିକୁ, ପବନକୁ, ପ୍ରକୃତିକୁ

ଅଥଚ ଛୁଇଁପାରେନା ସେଇମାନଙ୍କୁ

ଯେଉଁମାନେ ଅନବରତ ଜଳୁଥାନ୍ତି

କେଉଁ ନା କେଉଁ

ନିଆଁରେ ଧୁଆଁରେ

ତାପରେ ଉତ୍ତାପରେ


ପଚାରିଲେ କହେ

ନା... ବାବା ନା...

ମୋତେ କୁହନି ଛୁଇଁବାକୁ

ଡରଲାଗେ ସେ ଜାତିକୁ

ଯିଏ କହିପାରେ

ମାଟି ମୋର

ପାଣି ମୋର

ପବନ ମୋର

ଯିଏ ଗୋଟିଏ ଆଁରେ

ଗିଳିପାରେ ସାରା ଦୁନିଆକୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract