ସେଇ ବେଳାଭୂମି ପରେ
ସେଇ ବେଳାଭୂମି ପରେ


ଭଲ ପାଇବାର ମାନେ ମୁଁ ଖୋଜୁଛି
ସେଇ ବେଳାଭୂମି ପରେ
ସଞ୍ଜ ଓ ସକାଳେ ଜହ୍ନ ଜୋଛନାରେ
ଖୋଜେ ତୁମେ ସବୁବେଳେ ।
କଥା ଦେଇ ଥିଲ ଫେରିବା ପାଇଁକି
ନିଜଠୁ ନିଜର ହୋଇ
ଜୀବନ ବାଟରେ ସୁଖରେ ଦୁଃଖରେ
ସାଥିରେ ଚାଲିବା ପାଇଁ ।
ଆସୁଚି ଆସୁଚି କହି ଚାଲିଗଲ
କେବେ
ତ ଫେରିଲ ନାହିଁ
ସେଇ ନଈ କୂଳ ଆଜିବି ରହିଛି
ତୁମରି ସେ ସ୍ମୃତି ନେଇ ।
ଆମ ବାଲିଘର ବାଲିରେ ମିଶିଛି
ଭାଙ୍ଗିଛି ସପନ ସବୁ
ଆଖି ମୋର ଆଜି ଭରି ଭରି ଆସେ
ତୁମ କଥା ଭାବୁ ଭାବୁ ।
ଯେତେ ଦୂରେ ଥାଅ ଅବା ଭୁଲି ଯାଅ
ମୁଁ ତୁମେ ପାରିନି ଭୁଲି
ଜୀବନ କବିତା ସ୍ମୃତି ନଈ ଧାରେ
ତୁମେ ମୁଠେ ସୁନା ବାଲି ।