STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Abstract

2  

ପ୍ରିୟଦର୍ଶିନୀ ମହାନ୍ତି

Abstract

ସେହି ମୋ ଭାରତ ଭୂଇଁ

ସେହି ମୋ ଭାରତ ଭୂଇଁ

1 min
136

ଗଙ୍ଗା ଗୋଦାବରୀ ଯାଏ ଝରି ଝରି

ଚରଣକୁ କରି ଧୌତ,

ପୁଞ୍ଜା ପୁଞ୍ଜା ବଉଦ ରହିଛି ଆବୋରି

ନଭକୁ କରି ସଜିତ,

ପାହାଡ଼େ ଝରଣା ଯାଏ ବହି ବହି

ନଦୀ ଚାଲେ ନଇଁ ନଇଁ,

ବିହଙ୍ଗ କୁଜନ୍ତି ସ୍ୱର ରାଗ ଦେଇ,

ସେହି ମୋ ଭାରତ ଭୂଇଁ


ଭାଷାରେ ଭିନ୍ନତା ତଥାପି ଏକତା

ମାଟି ବି ମହକ ଭରା,

ଜନମନ୍ତି ପୁଣି କେତେ ଯେ ଦେବତା

ମୋହ ଗ୍ରସ୍ତ ହୋଇ ପରା,

ମା ଡାକି ଦେଲେ ଓ ବୋଲି କହି

ସରାଗେ ନିଏ କୋଳେଇ,

କାଶମୀର ଠାରୁ କୁମାରିକା ବ୍ୟାପ୍ତ

ସେହି ମୋ ଭାରତ ଭୂଇଁ


ତାହାରି ପବନ ହୋଇ ରକ୍ତ ଶ୍ୱାସ

ସବୁ ପିଣ୍ଡେ ଭରେ ପ୍ରାଣ

ଫଳ,ମୂଳ, ଜଳ ଦେଇ ଖାଦ୍ୟ ବାସ

ଚାହିଦା କରେ ପୂରଣ

ସବୁତ ଦଉଛି ,ତଥାପି ସହୁଛି 

କହି ନାଈଁ କେବେ ନାଈଁ,

ସତ୍ୟ, ଅହିଂସାକୁ ଅକ୍ଷୁର୍ଣ୍ଣ ରଖିଛି

ସେଇ ମୋ ଭାରତ ଭୂଇଁ


ଦେଇ ମୁଁ ରକତ ରଖିବି ମହତ 

ଶପଥ କରୁଛି ମୁହିଁ

ମୋ ଦେଶ ମହାନ ମୁଁ ତାର ସନ୍ତାନ

ସେହି ମୋ ଭାରତ ଭୂଇଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract