STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ସେଦିନ ସଞ୍ଜ

ସେଦିନ ସଞ୍ଜ

1 min
205


ସାଥେ ତା ନଥିଲା ରାତିର ସାଜ

ଆଣି ଆସିଥିଲା ମୁହୂର୍ତ୍ତଟିଏ

ସ୍ମୃତିପଥାରୁଢ଼ ହୁଏ ହୃଦୟେ।


ଅନ୍ଧାର ପଛରେ ଥିଲା କାହାଣୀ

ସେ ସଞ୍ଜର ସଦା ରହିଛି ଋଣୀ।

ଦେଖା ହୋଇଥିଲା ଚପଳାଟିଏ

ପ୍ରିତୀ ଜାଗିଥିଲା ମୁଗ୍ଧ ପରାଏ।


ସଞ୍ଜ ବତୀ ଧରି ସଧିରେ ଚାଲେ

ମୁଖ ଆଲୋକିତ ଦୀପ ଉଜ୍ଜ୍ଵଳେ।

ମୁଣ୍ଡରେ ଓଢଣୀ ସ୍ନିଗ୍ଧ ଚାହାଣି

କେଜାଣି ମୋତେ ସେ କଲା କି ଗୁଣି।


ଛପିଗଲା ସେଇ ମୋହିତ ଚିତ୍ର

ବନ୍ଧ ଭାଙ୍ଗୁଥାଏ ମୋର ଚରିତ୍ର। 

ପୂର୍ଣ୍ଣିମା ଆକାଶେ ଚାନ୍ଦ କି ସତେ

ଉଇଁ ଆସୁଥିଲା ନିର୍ମୋହି ଚିତ୍ତେ।


ଆକାଶରୁ ତାରା ବରଷୁ ଥିଲା

ସେଦିନ ସଞ୍ଜରେ କି ମାୟା ଥିଲା। 

ସେଇ ସଞ୍ଜବତୀ ଆଜି ବି ଜଳେ

ନିତି ମୋ ଅଗଣା ଚଉରା ମୂଳେ।



Rate this content
Log in

Similar oriya poem from Abstract