STORYMIRROR

Ajit Kumar Raut

Abstract Classics

4  

Ajit Kumar Raut

Abstract Classics

ସେ ତ ଭକତ ଭାବରେ ବନ୍ଧା

ସେ ତ ଭକତ ଭାବରେ ବନ୍ଧା

1 min
262

ରାଗ:- ବଙ୍ଗଳା ଶ୍ରୀ


ଭକତ ଭକ୍ତିରେ      ବନ୍ଧା ତୁ କାଳିଆ

      ଭକ୍ତି ଯାର ନିସ୍ବାରଥର

ପ୍ରେମ ଶ୍ରଦ୍ଧା ପ୍ରୀତି     ରହିଛି ଯା ହୃଦେ

      ଧ୍ୟାନ ରଖ ନିରନ୍ତର !!


ଯିବି ପୁରୀ ଧାମ       କରିବି ଦର୍ଶନ

      ଦେଖିବି ଚକାନୟନ

କାହିଁ ଭାଗ୍ୟ ମୋର    ଗୃହର ଜଞ୍ଜାଳ     

     କି କରିବି ଭାଗ୍ୟ ହୀନ !!


ପରା ଗୃହ ଧର୍ମ      ବଡ଼ ଧର୍ମ ବୋଲି

     କହିଛୁ ନିଜେ କାଳିଆ

ନ କଲେ ପୂରଣ      ନର୍କରେ ପଡ଼ିବି

     ଜୀବନ ଅଟେ ଏ ଛାୟା !!


ଶ୍ରୀକ୍ଷେତ୍ର ତୋହର    ଯହିଁ ଦୂର ପ୍ରଭୁ

      ବିଚ୍ଛିନ ଭୂମିରୁ ମୋର

ତୋର ରଥଯାତ୍ରା    ଇଚ୍ଛା ଦେଖିବାର

    ଲାଗିଲା କାହିଁହେ ଡୋର !!


ତଥାପି ଏ ପ୍ରଭୁ      ଭ୍ରମି ନାହିଁ କର୍ମ

    ଦୁଃଖିତ ନାହିଁହେ ମୁହିଁ 

ଧ୍ୟାନ ରଖି ଅଛି    ଶ୍ରୀଚରଣେ ତୋର

     ତବ ବିନୁ ଗତି କାହିଁ!!


ଜୀବନେ ଆରାଧ୍ୟ    ଅଟୁହେ କାଳିଆ

   ହୃଦେ ଗୁଞ୍ଜେ ନାମ ତୋର

କର୍ତ୍ତବ୍ୟର ପଥେ      ସର୍ବଦା ରହିଛି

    କର୍ମ କରେ ମନୁଷ୍ୟର !!


ଭାବର ଅଟୁହେ     ଭଗବାନ ମୋର

     କାହିଁକି ଛଳନା କର

ଆରାଧ୍ୟହେ ମୋର   ଜୀବନ ଯାତ୍ରାର

     କିପାଇଁ କରୁଛ ପର !!


ଭକ୍ତ ସାଲବେଗ ଡାକିଲା ତୋତେ ରେ

     ରଥ ତୁହି ରୋକି ଦେଲୁ

ଦିବ୍ୟ ତ ରୂପକୁ ଦେଖିଲା ସେ ନେତ୍ରେ 

     ଭକ୍ତର ଭକ୍ତି ଜାଣିଲୁ !!


ପୁଣି ରଥ ତୋର ଚାଲେ ଧୀରେ ଧୀରେ

     ମାଉସୀ ଘରକୁ ତହୁଁ 

ତୋର ବଚନକୁ     ରଖୁ କୃପାସିନ୍ଧୁ

     ଶିକ୍ଷାଦେଉ ନରେଯହୁଁ !!


ଦୂରରେ ଅଛି ମୁଁ   ଶୁଭେ ଭକ୍ତ ରାବ

    ରଥଯାତ୍ରା ପୁରୀ ଧାମେ

ପ୍ରେମ ଶ୍ରଦ୍ଧା ପ୍ରୀତି  ‌  ଅଙ୍କୁରିତ ହୁଏ

    ତୋହରି ଭକ୍ତିରେ ମର୍ମେ !!


Rate this content
Log in

Similar oriya poem from Abstract