ସେ ହିଁ ତ ତୁମେ
ସେ ହିଁ ତ ତୁମେ
ହଁ ଜୀବନ ତ ଏମିତି
କିଛି ହଜେଇବା କିଛି ପାଇବା
ତା ଭିତରେ ମଣିଷ ପଣିଆକୁ
ଭିଡ ଭିତରୁ ଖୋଜିବା
ଅନେକ ଭରପୂର୍ ଭିତରେ ତ
ସେଇଥିରେ ଅଭାଵ
ଆଉ ଅନେକ ଅଭାବ ଭିତରେ ଵି
ପରିପୂର୍ଣ୍ଣତା ତ ସେଇଠି
ହେଲେ କୁହୁଡି ପହଁରିବାକୁ
କାହିଁକି ଭଲପାଏ ମଣିଷ
ମରିଚିକା ପଛରେ ଦୈାଡିବାକୁ ଵି
ଯଦିଓ ଜାଣେ ତାର
ଶେଷ ଫଳ ଶୂନ୍ୟ
ହଁ ଏମିତି ବି ଚାଲୁ ଚାଲୁ
କେବେ ଅଟକିଯାଏ ପାଦ
ଭାଵେ ପାରିବନି
ରାସ୍ତା ଖୁଵ୍ ଲମ୍ବା
ପୁଣି ଭରେ ସାହସ
କିଏ ବା ଜଗେଇଦିଏ
ସେଇ ଟିକକ ଆତ୍ମବିଶ୍ବାସ
ଶକ୍ତି ହୀନ ପାଦରେ ଵଳ
ସେ ହିଁ ତ ତୁମେ
ସେଦିନ ଆରମ୍ଭ ରେ
ଆଜି କିଛି ପଥ ଅତିକ୍ରାନ୍ତ କଲାପରେ
ଆଉ ଥିବ ବି ଶେଷ ନିଃଶ୍ୱାସରେ