STORYMIRROR

SUSMITA MISHRA

Inspirational

3  

SUSMITA MISHRA

Inspirational

ସଦା ରହେ ମୁଁ ହର୍ଷିତ

ସଦା ରହେ ମୁଁ ହର୍ଷିତ

1 min
122


ଅନ୍ଧାରେ ଆମ୍ବ ଡ଼ାଳେ ବସିଥିଲା ପିକ

ହୋଇ ଦୁଃଖିତ ହୋଇ ଦୁଃଖିତ

ଗାଉଥିଲା ଗୀତ ହୋଇ ଅତୃପତ

ହେଲେ ସୁମଧୁର ଅଟେ

ତାର ସଙ୍ଗୀତ ତାର ସଙ୍ଗୀତ।

ଶୁଣି ତାର ଗୀତ ହୋଇ ବିମୋହିତ

ତା ପାଶେ ଆସିଲାଏକ ଖଦ୍ୟୋତ

ଦେଖିଲା ପିକବସିଛି ହୋଇ ଦୁଃଖିତ

ଗାଉଛି ଗୀତହୋଇ ଅତୃପ୍ତ, ଅତୃପ୍ତ।

ପଚାରିଲା ପିକେ ଖଦ୍ୟୋତ

କାହିଁ ବସିଛ ହୋଇ ଦୁଃଖିତ

କେତେ ସୁମଧୁର ତୁମ ସ୍ୱର ଲଳିତ

ମନ ହୋଇ ଯାଏ କେତେ ହର୍ଷିତ

ଶୁଣି ତବ ସୁମଧୁର ସଙ୍ଗୀତ,ସୁମଧୁର ସଙ୍ଗୀତ।

କହେ ପିକଶୁଣ ଖଦ୍ୟୋତ

କଳା ରଙ୍ଗ ଅଟେ ମୋହର

ତେଣୁ ଲୁଚି ବୁଲେ ଗଛ ପତର

ସୁମଧୁର ହେଲେ ବିମୋର ସଙ୍ଗୀତ

ଲୁଚି ରାବୁଥାଏ ହୋଇ ଅତୃପତ

ସେ ପାଇଁ ଏକା ଏକା ଲୁଚି ରହିଥାଏ

ହୋଇ ଦୁଃଖିତ, ହୋଇ ଦୁଃଖିତ।

ପୁଣି ସମ୍ବୋଧିଣ ହର୍ଷ ଭରେ କହେ ଯେ ପିକ

ଆହେ ଖଦ୍ୟୋତ, ଆହେ ଖଦ୍ୟୋତ

ତୁମ୍ଭ ସ୍ନିଗ୍ଧ ଆଲୋକ ଦେଖି

ହୁଏ ମୁଁ ଯେଅତି ପ୍ରଫୁଲ୍ଲିତ

ତୁମ ଆଲୋକରେ ହେବି ଆଲୋକିତ 

ଚାହିଁବ ଯେବେ ଆହେ ଖଦ୍ୟୋତ ଆହେ ଖଦ୍ୟୋତ।

ପିକ ଵଚନ ଶୁଣି ଖଦ୍ୟୋତ

ହୁଏ ହର୍ଷିତହୁଏ ପ୍ରଫୁଲ୍ଲିତ

ଶୁଣ ଶୁଣ ପିକ କହେ ଖଦ୍ୟୋତ

ଵଚନ ଶୁଣି ତୁମହୁଏ ମୁଁ ତ୍ରୁପତ

ରୂପ ରଙ୍ଗ ନୁହେଁ ଆମର କୃତ

ଗୁଣରେ ଥାଏ ଆମର ହାତ, ଆମର ହାତ।

ସୁମଧୁର ଅଟେ ତୁମର ଗୀତ

ସୁଲଳିତ ଅଟେ ତୁମ ସଙ୍ଗୀତ

ଶୁଣି ତୁମ ସୁମଧୁର ଗୀତ

ସଭିଙ୍କ ମନ ହୁଏ ତ୍ରୁପତ

ଆଉ ନ ହୋଇ ତୁମେ ଦୁଃଖିତ

ଗାଅ ଚିରଦିନ ତୁମ ସଙ୍ଗୀତ, ତୁମ ସଙ୍ଗୀତ।

ମୁଁ ନୁହେଁ ଦୀପ ମୁଁ ନୁହେଁ ସୂର୍ଯ୍ୟ

ହେଲେ ଅଛି ମନୋବଳ ଅଛି ମୋର ଧୌର୍ଯ୍ୟ

ଶୁଣ ଆରେ ପିକ ମୁଁ ଏକ କ୍ଷୁଦ୍ର ଜୀଵ

କ୍ଷୁଦ୍ର ଆଲୋକରେ ମୁଁ ଯେ ଆଲୋକିତ

କ୍ଷୁଦ୍ର ମୋ ଜୀବନ ହେଲେ ସଦା ଥାଏ

ମୁଁ ଯେ ହର୍ଷିତ ମୁଁ ଯେ ହର୍ଷିତ।

ଆସ ପିକନ ହୋଇ ଦୁଃଖିତ

ମୋ ଆଲୋକେ ହୁଅ ତୁମେ ଆଲୋକିତ

ତୁମ ସଙ୍ଗୀତେ ହୋଇ ମୁଁ ବିମୋହିତ

ଏକାଠି ରହିବା ହୋଇ ତ୍ରୁପତ

ମୁଁ ମୋ ଜ୍ୟୋତିରେ ତୁମେ ତୁମ ଗୀତରେ

ପ୍ରଚାରିବା ବିଭୁ ଗୁଣହୋଇ ଆନନ୍ଦରେ

ଶୁଣି ବିଭୁ ଗୁଣ ସଭିଏଁ ହୋଇ ପୁଲକିତ

ଖୁସିରେ ରହିବେ ହୋଇ ପ୍ରଫୁଲ୍ଲିତ, ହୋଇ ପ୍ରଫୁଲ୍ଲିତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational