STORYMIRROR

Benudhar Surujal

Abstract

3  

Benudhar Surujal

Abstract

ସଚେତନତା ହିଁ ଉପଚାର

ସଚେତନତା ହିଁ ଉପଚାର

1 min
134

ଶୁଣ ସୁଧୀଜନେ

ନିର୍ଦୟ ଅଦୃଶ୍ୟ ରାକ୍ଷସ କାହାଣୀ,

ପ୍ରକମ୍ପିତ ବିଶ୍ବ ଯାର ନାମକୁ ଶୁଣି ।

ସାରା ଜଗତରେ ଆଜି ପଡିଛି ଭାଲେଣୀ,

ଧ୍ବଂସ ବିଭୀଷିକା ଯା’ରହୟ ହୃଦୟ ଦିଅଇ ହାଣି ।

କୋରୋନା ଭୂତାଣୁ ନାମେ ସେ ଅଟଇ ଖ୍ଯାତ,

ବିଶ୍ବଯୁଦ୍ଧୁ ବଳି ଧନ-ଜୀବନ କରୁଛି ନଷ୍ଟ ।।


ବଡ଼ ସ୍ବାଭିମାନୀ ଅଟଇ ଜୀବ ଟି ସେଇ,

ନିମନ୍ତ୍ରଣ ବିନା କେବେ ନଯାଏ କାହିଁ ।

ଦୁଆରବନ୍ଧ ଯା ଥରେ ମାଡ଼ଇ,

ସମୂଲେ ପରିବାର ସେ ନିଶ୍ଚେ ନାଶଇ ।

ନମାନଇ ବୃଦ୍ଧ ଅସହାୟ, ବଡ଼, ସାନ,

ରୋଗାକ୍ରାନ୍ତ କରି ସଭିଙ୍କୁ କରୁଛି ଦମନ ।।


ସଂକ୍ରମଣ ଦାଉରୁ ରକ୍ଷା ପାଇବା ପାଇଁ,

ଘରୁ ବାହାରକୁ ପାଦ କାଢ଼ିବା ନାହିଁ।

ଯଦି ବା ଜରୁରୀ କାମରେ ବାହାରକୁ ଯିବା,

ସାବଧାନ ହୋଇ ମୁଖେ ନିଶ୍ଚେ ମାସ୍କ ଲଗାଇବା ।

ଜନଗହଳିରୁ ନିଜକୁ କରିବା ଦୂର,

ସଚେତନତା ହିଁ ଏହାର ଏକମାତ୍ର ଉପଚାର ।।


ନିୟମିତ ବ୍ୟବଧାନେ ଆମେ ହାତ ନିଶ୍ଚେ ଧୋଇବା,

ସାମାଜିକ ଦୂରତ୍ୱ ଆମେ ପାଳନ କରିବା ।

ଦେଖିଲେ ଲକ୍ଷଣ ଶର୍ଧି,ଜ୍ବର, ଅଣନିଶ୍ବାସୀ କାଶ,

ନଳୁଚାଇ ଅବିଳମ୍ବେ ଡ଼ାକ୍ତରକଂ ନେବା ପରାମର୍ଶ ।।

ସଂଗରୋଧ ହୋଇ ଏକାନ୍ତବାସରେ ଯିବା,

ନିଜେ ବଂଚିବା ଓ ସାମାଜିକ ସଂକ୍ରମଣକୁ ରୋକିବା ।


କରମର୍ଦନ ନକରି ଦୂରୁ ପ୍ରଣାମ କରିଲେ

ଏ ରୋଗ ଭୟ ଆଉ ରହିବ ନାହିଁ |

ମଇଲା ହାତରେ ନାକ,ପାଟି ନ ଛୁଇଁଲେ,

କରୋଣାର ଭୟ କାହିଁ || 

ଜୀବନଶୈଳୀ ନିୟମେ ରହ ସଚେତନ,

ହାରିଣ କରୋଣା କରିବ ନିଶ୍ଚେ ପଲାୟଣ ||


ବିଶ୍ବବାସୀଙ୍କୁ ବିନୟେ କରେ ମୁଁ ଗୁହାରି,

ମାତୃଭୂମିର ସୁରକ୍ଷା ଆମ କାର୍ଯ୍ୟ ସବୁରି ।

ଆମରି ଜୀବନ ଆମରି ହାତେ,

ସୂରକ୍ଷା କରିବା ବସୁଧା ମିଶି ସମସ୍ତେ ।।

କୋରୋନା ମୂଲୋତ୍ପାଟନ ନିୟମ ନିଶ୍ଚୟ ପାଲିବା,

ଶତୃକୁ ବିନାଶୀ ବିଶ୍ବକୁ ଧ୍ବ୍ବଂସ ମୁୁଖୁ ବଂଚାଇବା || 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract