STORYMIRROR

Pranati Mahapatra

Romance Abstract Others

2  

Pranati Mahapatra

Romance Abstract Others

ସବୁଠି ତୁମେ

ସବୁଠି ତୁମେ

1 min
13.1K


ଜହ୍ନରେ ଲେଖିଛି ତୁମରି ନାଁ ମୁଁ

      ତାରା ରେ ବି ତୁମ ନାଁ,

ଅଥଳ ସାଗର ମନ୍ଥନ କରିଲେ

   ତା ଅମ୍ବୃତେ ତୁମ ନାଁ

ମୋ ଜୀବନ ବୀଣା 

      ଝଙ୍କୃତ ହେଲେ

       ପ୍ରକମ୍ପିତ ହୁଏ ଧ୍ୱନି

ସେହି ପ୍ରତିଧ୍ୱନି ଶବ୍ଦାୟିତ ହୁଏ

  ପ୍ରେମର ମିଠା ରାଗିଣୀ ।

ମୋ ପ୍ରେମ କାହାଣୀ 

       ଛଳ ବାକ୍ୟ ନୁହେଁ

  ଗହନ ବନ ବି ଜାଣେ ।

ସାଗରେ ସାଇତା 

      ସାମୁକା ଭିତରେ

  ମୋତି ବି ସେ କଥା ଭଣେ ।

ମହମହ ବାସ ସଦା ଛୁଟୁଥାଏ

   ମୋ ପ୍ରେମ ଅମୂଲ ମୂଲ,

ଭ୍ରମନ୍ତି ଭ୍ରମର ସେ ବାସ୍ନା ଆଘ୍ରାଣେ

   ନ ପାଆନ୍ତି ଖୋଜି ଫୁଲ।

ସାତସମୁଦ୍ର ର ଗରଭେ ରହିଛି

    ମୁଦ୍ରିତ ଭରା ସିନ୍ଦୁକ,

ସୁନାଫରୁଆରେ ଯତନେ ସାଇତେ

   ସେ ମୋ ଅମୂଲ୍ୟ ପ୍ରେମ ମୂଲକ।

  ଯୁଆଡେ ଚାହିଁଲେ ସେ ଆଡେ

    ଥାଉ ତୁ

    ତୁ ମୋ ଜୀବନ ଧନ,

ଯଦିବା ଭୂଲିବି ମୋ ମଲାପରେ

   ହୋଇବ ଅବା ନିଶ୍ଚିହ୍ନ ।



     ପ୍ରଣତି ମହାପାତ୍ର,ଶିକ୍ଷୟତ୍ରୀ

    ବାଲେଶ୍ୱର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance