ସବୁଠାରୁ ବଡ ଉପହାର
ସବୁଠାରୁ ବଡ ଉପହାର
ଯାହାକୁ ମୁଁ ଭାବୁଥିଲି ଦିନେ
ସବୁଠାରୁ ବଡ଼ ଉପହାର ମୋ ଜୀବନେ
ତାହା ଯେ ସାଜିବ ଅଭିଶାପ କେବେ
ଜଣା ନ ଥିଲା ମୋତେ ।। ( 1 )
ଯେଉଁ ଉପହାର ପାଇ
ସପନ ରାଇଜରେ ଉଡି ବୁଲୁ ଥିଲି
ମୁଁ ଯେ ଜାଣି ନ ଥିଲି
ସେ କାଟି ଦେବ ମୋ ଡେଣା ବୋଲି ।। ( 2 )
ଯେଉଁ ଉପହାର ପାଖକୁ ଯାଇ
ମୁଁ ନିଜକୁ ଦେଲି ଯେ ବାନ୍ଧି
ହେଲେ ଜାଣି ପାରିଲି ନାହିଁ
ଯେ ସେ ଉପହାର ମୋ ଗୋଡର ଶିକୁଳି ।। ( 3 )
ମୁଁ ଯେଉଁ ସମ୍ପରକକୁ ଉପହାର ଭାବି
ସାରା ଜୀବନ ସାଙ୍ଗେ ରହିବା ପାଇଁ ପଡିଲା ହାତ ଗଣ୍ଠି
ତାହା ଆଜି ସାଜିଛି ଫାଶୀର ଦଉଡ଼ି
ଛଳନାର ଶୀକାର ହୋଇ ।। ( 4 )
ଯେଉଁ ଉପହାରକୁ ପାଇ
ସାଜି ଥିଲି ଗୃହଲକ୍ଷ୍ମୀ
ମୋର ଅସ୍ତିତ୍ୱ ନେଲା ସେ ଯେ ଛଡାଇ
ମୋ ବିଶ୍ୱାସରେ ବିଷ ଦେଇ ।। ( 5 )
ଯାହାକୁ ଭାବି ଥିଲି ସବୁଠାରୁ ବଡ ଉପହାର
ତା ସହ କରିଲି ଘର ସଂସାର
ହେଲେ ଜାଣି ନ ଥିଲା ସେ ଯେ ଥିଲା ବାଲି ଘର
ଧୋଇ ନେଲା ତାକୁ ଜୀବନର ଝଡ ।। ( 6 )
ଯାହାକୁ ଭାବି ଥିଲି ସବୁଠାରୁ ବଡ ଉପହାର
ପିନ୍ଧିଲି ସିନ୍ଥିରେ ସିନ୍ଦୁର
ଜଣା ନଥିଲା ତାହା ଥିଲା ରକ୍ତର ଗାର
କରି ଦେଲା ମୋ ଜୀବନକୁ ଅନ୍ଧକାର ।। ( 7 )
