STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ସବୁଜିମାର ସ୍ବର

ସବୁଜିମାର ସ୍ବର

1 min
362

ଅଶାଡ଼ ଶ୍ରାବଣ ଆନନ୍ଦିତ ମନ ସବୁଜରେ ଭରା ଦୃଶ୍ୟ,

ସବୁଜିମାରର ସ୍ବରରେ ଅପାର

ଦିଶେଟି ଶସ୍ତା ଆଭାସ।


ପନିପରିବାର ଉତ୍ପତ୍ତି ଋତୁରେ ଅଧିକ ମାତ୍ରାରେ ହୁ

ତେଣୁ ହୁଏ ଶସ୍ତା ଜିନିଷପତ୍ରର

ଜନତା ଶସ୍ତାରେ ଖାଏ।


ବର୍ଷା ଋତୁ ପରା ବର୍ଷା ଘନଘନ ତା ସଙ୍ଗକୁ ଇନ୍ଦ୍ରଧନୁ

ପୂର୍ଣ୍ଣଗର୍ଭା ନଈ ପୋଖରୀ ଭି ପୂର୍ଣ୍ଣ

କରେ ପୁଲକିତ ତନୁ।


ସବୁଜର ଦୃଶ୍ୟ ଦିଶେ ଟି ଧରିତ୍ରୀ ପ୍ରଫୁଲ୍ଲିତ ହୁଏ ମନ,

କୃଷକ ଭାଇର କୃଷି କାର୍ଯ୍ୟ ଦେଖି

ହୁଏ ଟି ଆଶ୍ଚର୍ଯ୍ୟ ମନ।


କେତେକଷ୍ଟ ସହି ଚାଷକାର୍ଯ୍ୟ କରେ ନାହିଁରେ ବିଶ୍ରାମତାର,

ଫସଲ ଦେଖିଣ ଆନନ୍ଦିତ ହୁଏ

କର୍ତ୍ତବ୍ୟରେ ନିରନ୍ତର।


କରେ ଉତ୍ପାଦନ ନାହିଁସୀମା ତାର ସେଥିଯୋଗୁଁ ସବୁଶସ୍ତା

ସ୍ବର ସବୁଜିମାର ଶସ୍ତା ଦିଶେଟ

ପନିପରିବାର ଶସ୍ତା।


ଦିଶେ କାଶତଣ୍ଡୀ ନୃତ୍ୟରତା ପୁଣି ପବନର ତାଳେ ତାଳେ

ଗଛପତ୍ର ଲତା ଦିଶେଟି ସୁନ୍ଦର

ଋତୁର ପ୍ରଭାବ ବଳେ।


ସୁଗନ୍ଧିତ ହୁଏ ଏହୁ ଧରା ଧାମ ସୁଗନ୍ଧ ପୁଷ୍ପର ଗନ୍ଧେ,

ସୁଗନ୍ଧ ମଳୟ କରେ ରୋମାଣ୍ଟିକ୍

ଋତୁର ପ୍ରଭାବ ବନ୍ଧେ।


ରାବ୍ ବେଙ୍ଗାଳୁରୁ କରେ କୁତୁହୋଳେ ଶୁଭେରେ ବିଭାରବାଦ୍ୟ

ପକ୍ଷୀଙ୍କର ରାବ୍ ମନମୋହୁ ଥାଏ

ଶୁଭେ ପଶୁ ଆର୍ତ୍ତନାଦ।


ଶାନ୍ତ ଟି ଲଭଇ ଉତପ୍ତ ଧରଣୀ ବର୍ଷା ଋତୁରେ ଟି ପରା

ଜଳମଗ୍ନ ହୁଏ ଉତପ୍ତ ମାଟିରେ

ଋତୁ ସଞ୍ଜୀବନୀ ପରା।


ସାଧବ ବହୁଟି ନାଲିପାଟ ପିନ୍ଧି ଓଦା ମାଟିରେ ଭ୍ରମଣ

ଦୃଶ୍ୟ ପୁଲକିତ କରେ ଜନମନ

ସୁନ୍ଦର ଦିଶେ ଭ୍ରମଣ।


ଓଦାମାଟି ବାସ୍ନା ଦିଏଟି ସନ୍ଦେଶ କୃଷିକାର୍ଯ୍ୟେ ମନ ରହୁ

କୃଷି କାର୍ଯ୍ୟ କରି ଖାଦ୍ୟ ଶସ୍ୟ ପାଇଁ

ହୃଦୟେ ଆଦର ରହୁ।


ଖାଦ୍ୟର ନିର୍ଭର ଆତ୍ମନିର୍ଭରରେ ରାଷ୍ଟ୍ରର ଉନ୍ନତି ହେବ,

ବିଶ୍ବଗୁରୁ ସ୍ବପ୍ନ ହେବ ଟି ସାକର

ଗୌରବ ରାଷ୍ଟ୍ରେ ମିଳିବ।


Rate this content
Log in

Similar oriya poem from Abstract