STORYMIRROR

Ajay kumar Behera

Abstract

2  

Ajay kumar Behera

Abstract

"ସବୁ ସୁନ୍ଦର"

"ସବୁ ସୁନ୍ଦର"

1 min
169

ପ୍ରାତଃ ହେଲା ଜାଣି

ରାବଇ କାଉ

ରାତ୍ରିର ଭୟ ଯେ

ନ ଥାଏ ଆଉ


ପୂରୁବ ଆକାଶେ

ଉଠଇ ରବି

କେଡ଼େ ମନଲୋଭା

ଦିଶଇ ଛବି


ସୁଲୁ ସୁଲୁ ବାଆ

ଥରାଏ ଦେହ

ଅଳିକ ଉଡ଼ଇ

ତୁଟାଇ ମହ


ଘନ ବନ ଭୂମି

କେଡ଼େ ସୁନ୍ଦର

ଭଲ ଲାଗେ ପୁଣି

ପାହାଡ଼ି ଝର


କୁହୁ କୁହୁ ଗାଏ

କୋଇଲି ପୁଣି

ବସନ୍ତେ ମହୁଲ

ପଡଇ ବୁଣି


ପ୍ରକୃତି କୋଳରେ

ସବୁ ସୁନ୍ଦର

ଅଚିହ୍ନା ଅଜଣା

ଲାଗେ ନିଜର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract