"ସବୁ ସୁନ୍ଦର"
"ସବୁ ସୁନ୍ଦର"
ପ୍ରାତଃ ହେଲା ଜାଣି
ରାବଇ କାଉ
ରାତ୍ରିର ଭୟ ଯେ
ନ ଥାଏ ଆଉ
ପୂରୁବ ଆକାଶେ
ଉଠଇ ରବି
କେଡ଼େ ମନଲୋଭା
ଦିଶଇ ଛବି
ସୁଲୁ ସୁଲୁ ବାଆ
ଥରାଏ ଦେହ
ଅଳିକ ଉଡ଼ଇ
ତୁଟାଇ ମହ
ଘନ ବନ ଭୂମି
କେଡ଼େ ସୁନ୍ଦର
ଭଲ ଲାଗେ ପୁଣି
ପାହାଡ଼ି ଝର
କୁହୁ କୁହୁ ଗାଏ
କୋଇଲି ପୁଣି
ବସନ୍ତେ ମହୁଲ
ପଡଇ ବୁଣି
ପ୍ରକୃତି କୋଳରେ
ସବୁ ସୁନ୍ଦର
ଅଚିହ୍ନା ଅଜଣା
ଲାଗେ ନିଜର
