STORYMIRROR

ମିତା ପଟନାୟକ

Abstract

3  

ମିତା ପଟନାୟକ

Abstract

ସବୁ ହଜିଗଲା ପରେ..

ସବୁ ହଜିଗଲା ପରେ..

1 min
12K

ଆଜି ବୟସ ର ଅପରାହ୍ନ ରେ 

ଅପେକ୍ଷା ର ନଈ କୂଳେ 

ବସିଥିଲା ମଣିଷ ବୋଲାଉଥିବା 

ଭଙ୍ଗା ଏକ ଅବୟବ ଟିଏ 

ବାସ୍ତବତା ର ଧକ୍କା ରେ 

ଟୁକୁଡା ହେଇଥିବା ପୁଳେ ସ୍ବପ୍ନ 

ବିଛାଡ଼ି ହେଇ ପଡିଥିବା ମୁଠାଏ ଆଶା 

ବୟସ ର ପଣତରେ ବାନ୍ଧି 

ଖୁଣ୍ଟଟିଏ ହେଇ ବସିଛି 

ଆତଯାତ ହେଉଥିବା ଲୋକେ 

କହନ୍ତି ସେ ପରା ବାୟା

କେହି କହେ ସେ ପାଗଳା


ନିଛାଟିଆ ଖରାବେଳେ 

କୋହଲା ବର୍ଷା ରାତି ରେ 

ପଂଜିରା ଥରା ଶୀତ ରେ

ପ୍ରଳାପ କରୁଥାଏ ସେ

ଅସ୍ପଷ୍ଠ ଶୁଣା  ଯାଏ 

ମୋ ଧନ କୁଆଡେ ଗଲୁ ରେ

ଆ ଫେରି ଆ ମୋ ଅଣ୍ଟି କୁ 

ବାନ୍ଧି ରଖିବି ଜୀବନ ର ଶେଷ ପ୍ରହର ପର୍ଯନ୍ତ

କିଂତୁ :::ସବୁ ପୁଣି ଫେରି ଆସେ 

ପବନର ଅନୁକୂଳ ଗତିରେ ବୁମେରାଙ୍ଗ ହେଇ

କନା କଣ୍ଢେଇ କୁ ଆଉଁଶି ହେଉଥାଏ ବାର ବାର 

ସେ ପାଗଳ

ସେ ବାୟା

ସେ ଅସ୍ଥିର

ସବୁ ସର୍ବନାମ ଉପରେ ଗୋଟିଏ ନା 

ସେ ବାପା ଟିଏ

ସେ ଇଶ୍ୱର

ସେ ଦେଵ ବୋଲାଉଥିବା

ଅପରିଚିତ ବଦନାମ ମଣିଷ ଟିଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract