STORYMIRROR

Sunanda Mohanty

Action Inspirational Thriller

4  

Sunanda Mohanty

Action Inspirational Thriller

ସବୁ ଅଙ୍କ ଭୁଲ ହୋଇଯିବ

ସବୁ ଅଙ୍କ ଭୁଲ ହୋଇଯିବ

1 min
2


ମାନବ ସେବା ହିଁ ମାଧବ ସେବା 
ସେକଥା ନକରେ ଯିଏ 
ଯେତେ ପରକାର କର୍ମ କରୁଥା 
ନାଉରୀ କହିବ କିଏ 
ମାନବତା ନାହିଁ ଯଦି ହୃଦୟରେ 
ପଥର କି ପାଣି ହୁଏ 
ଗୁଡ଼ି ଯେତେ ଉଡି ଆକାଶେ ବଢି 
ପକ୍ଷୀ କହିବ କିଏ 
ସମୟର ସୁଅ ବାହିନେଇଯିବ ସବୁ 
କର୍ମ ସବୁ ନେବ କିଏ 
କର୍ମ କରି ପେଟ ପୋଷ ନାହିଁ ଦୋଷ
 କର୍ମ ତୋହର ନିଜ ଗୁରୁ ହୁଏ 
ଅଭଡ଼ା ପତ୍ରରେ ଡାଲି ବେସର ମହୁର 
ଲେମ୍ଭୁ ଲୁଣ ଲୋଡ଼ା ଥାଏ 
ଭାବ ଥିଲେ ଭବ ରୁ ପାରି ହୋଇ 
ଆତ୍ମା ପକ୍ଷୀ ମୋକ୍ଷ ଯାଏ 
ଏ ଗଣିତ ଦିବ୍ୟ ବହୁତ ରଖେ ମହତ 
ଭୁଲ ଭାଲ ଯଦି ହୁଏ 
ଅଙ୍କ କଷୁ କଷୁ ରଫା ଦଫା ପରି 
ରଫ ଖାତା ଚିରି ଯାଏ 
ଆହୁଲା ସଳଖି ମଙ୍ଗ ସଜାଡି ବସିଲେ 
ନାଆ ଥିରି ଥିରି ଯାଏ
ଐଶ୍ଵରିକ ଭକ୍ତି କଲେ ପାଇ ମୁକ୍ତି 
ନହେଲେ ଜନ୍ମ ରୁ ଜୁଇ ଯାଏଁ 
ଦହଗଞ୍ଜ ଛଟପଟ ପ୍ରାଣ ପକ୍ଷୀ 
ଡେଣା କାଟି ଉଡିବାରେ ଗଭୀର ପଥେ
କୋଉ ଲାଭ ଅବା ହୁଏ


Rate this content
Log in

Similar oriya poem from Action