STORYMIRROR

Bharati Bhusan Das

Tragedy

3  

Bharati Bhusan Das

Tragedy

ସବୁ ଆଜି ଭୁଲି ଗଲି ତ

ସବୁ ଆଜି ଭୁଲି ଗଲି ତ

1 min
19


ଜୀବନ ଅଙ୍କ ଖାତାରେ.....

    କଷିଲି ଗଣିତ......

ମିଶାଣ ଫେଡ଼ାଣ..... ହରଣ ଗୁଣିତ.....

କେତେ ଲାଭ କେତେ କ୍ଷତି... 

   ମୂଳକୁ ସୁଧରେ.... .......

   ସବୁ ଆଜି..... ଭୁଲି ଗଲି ତ..... ।

ଅନୁପାତ ହାରାହାରି.....

  ଐକିକ ସମୟ ବୋଧ....

ପାଇଲିନି ହିସାବ..... ମୁଁ...... ସମୂଳ ସୁଧ.......

କେମିତିକା ଏ ଗଣିତ...  

      ଜୀବନେ ସ୍ଥିତ...   

କେତେ ଲାଭ କେତେ କ୍ଷତି....

ସବୁ ଆଜି.. ଭୁଲି ଗଲିତ..... ।

ଅସମୀକରଣ ପାଠ......

      ସମାଧାନେ କିବା ଚାଟ.....

ବାଟ ସରିଗଲେ....... ଫିଟିବ ସେ ଘାଟ.....

ସମୀକରଣ ର........ଅଭୁଲା ପାଠ.........

କେମିତି କା ଏ ଗଣିତ.....

        ଜୀବନେ ସ୍ଥିତ...

ସବୁ ଆଜି ଭୁଲି ଗଲିତ........।

ବିନ୍ଦୁ ସମ ଦୂରେ.... ବଳୟ ଆଙ୍କି......

>    ଦେଖିଲି ରେଖା ଖଣ୍ଡିଏ....

               ରହିଛି ଶଙ୍କି....  

ଛେଦି ବାକୁ ମନ...... ବିନ୍ଦୁ ଖୋଜେ ଧନ

      ସ୍ପର୍ଶ କରି ଅନ୍ତର କୁ......

       କିବା  ଦୁଇ ମନ........

ଏମିତି ଗଣିତ.... ଜୀବନ ରହିତ

  ସବୁ ଆଜି ଭୁଲି ଗଲିତ...   ।

ସମ୍ବନ୍ଧ ଫଳନ..... ଅନେକରେ ଏକ....

     କେବେ ପୁଣି.....ଭାଗରେ ବିବେକ

ଆକାଶରେ ତାରା.... ଗଣି ହୁଏ କିବା....

      ପ୍ରଶ୍ନ ପରେ ପ୍ରଶ୍ନ..... ଅନେକ ଅନେକ...

ଏମିତି ଗଣିତ...   ଅଙ୍କ ଖାତାରେ ମୋ

    କଷିବା କୁ ମନ..... ରହିଛି ମିତ......

ସବୁ ଆଜି ଭୁଲି ଗଲି ତ.......।

   


     


Rate this content
Log in

Similar oriya poem from Tragedy