STORYMIRROR

Satyabati Swain

Tragedy

3  

Satyabati Swain

Tragedy

ଉଠ୍ ମାଆ

ଉଠ୍ ମାଆ

1 min
328

ତୁ ଏମିତି କି ନିଦରେ ଶୋଇଛୁ ଯେ

ଯେତେ ଡାକିଲେ

ଜମା ଉଠୁନୁ ?

କଣ ହୋଇଛି ତୋର ?

ଦେହ ଭଲ ନାହିଁ କି ?

ସୂର୍ଯ୍ୟ ପରା ତୋତେ ଦେଖି ଉଠେ !

ଦେଖେ ଖରା ଚାଳ ଉପରେ

କଖାରୁ ଫୁଲ ତୋଳୁଛନ୍ତି

ତୁ ଉଠିନୁ ଯେ!


ତୁ ଏମିତି କି ସ୍ୱପ୍ନ ଦେଖୁଛୁ ଯେ

ମୁଦିଲା ଆଖି ତୋର ଖୋଲୁନି?

ଓଠରେ କଥା ନାହିଁ

ଯନ୍ତ୍ରଣା ଜମାଟ ବାନ୍ଧିଛି ସେଠି

ଅବୁଝା ଅବୁଝା

ଭାଷା ଲାଖିଛି

ଯାହା ପଢି ପାରୁନି।


ଏ ମାଆ ଉଠ୍ ନା

ମୋତେ ଖାଇବାକୁ ଦେ

ମୁଁ ବା ସ୍କୁଲ ଯିବି ?

ମୋ ବ୍ୟାଗ୍ ସଜାଡି ଦେ

ଟିଫିନ୍ କରିଦେ

ବସ୍ ଆସିବା ଟାଇମ୍ ହେଲାଣି ।


ହେଇଟି ମାଆ ବସ୍ ହର୍ଣ୍ଣ ଦେଲାଣି

ତୁ ଉଠି ପଡ଼ ମାଆ

ମୋତେ ବେଗି ବେଗି ସଜ କରି ଦେ

ବାପାଙ୍କୁ ଲୁଚେଇ ପଇସା ଦେବୁ ନାହିଁ

କୁରକୁରି ଖାଇବି।


ମାଆ ଉଠ୍

ଉଠ୍ ମାଆ

ମୋତେ ଜୋରେ ଭୋକ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy