STORYMIRROR

Tilottama Prusty

Tragedy

3  

Tilottama Prusty

Tragedy

କନ୍ୟା ଭ୍ରୁଣ

କନ୍ୟା ଭ୍ରୁଣ

1 min
362

କନ୍ୟା ଭ୍ରୂଣ ମୁଁହି କରୁଛି ମିନତି

   ମାଆ ତୁମେ ମୋର ଶୁଣ

ଦୁନିଆଁ ଆଲୋକ ଦେଖାଇ ଦେବନି

   ଭାବିଛ ନେବ ଜୀବନ।


ତୁମେ ପରା ନାରୀ ଭାବିଥରେ ଦେଖ

    ଏ ନାରୀ ଜାତିର ମୂଲ୍ୟ

ଦିନ ଯେ ଆସିବ ଝିଅ ଟିଏ ଲାଗି

   ଘଟିବ ଘୋର ଚାଞ୍ଚଲ୍ୟ।


ବିଭା ହେବା ପାଇଁ ଝିଅ ନ ମିଳିଲେ

  ହୋଇବ ଦୁର୍ଗତି ସିନା

ବଳାତ୍କାର ବଢିଯିବ ଦିନୁଁ ଦିନୁଁ

  ଝିଅ ସାଜିବେ ଖେଳନା।


ପୁରାଣ ଯୁଗରେ ପଞ୍ଚୁପାଣ୍ଡବଙ୍କ

  ଭାରିଜା ଦ୍ରୁପଦ ବାଳା

ଝିଅ ନମିଳିଲେ ଦୁଇ ପୁଅ ପାଇଁ

  ଗୋଟେ ବୋହୁ କାମ ଚଳା।


ଝିଅ ନ ରହିଲେ ସୃଷ୍ଟି ଅସମ୍ଭବ

  ପୃଥିବୀ ପାଇବ ଧ୍ୱଂସ

ଅନାୟ ବଢିବ ଅନୀତି ବଢିବ

  ଲୋପ ପାଇଯିବ ବଂଶ।


ଆହେ ନାରୀ ଜାତି ! କରୁଛି ମିନତି

   କାନ ଡେରି ବାରେ ଶୁଣ

ପ୍ରତିରୋଧ କର ପ୍ରତିବାଦ କର।

   ପୁରୁଷର ବଦ୍ ଗୁଣ।


ଆମେ ପରା ଦୁର୍ଗା ପ୍ରଳୟ କାରିଣୀ

   ଆମେ ପରା ସୃଷ୍ଟି ସ୍ଥିତି

ଆମେ ଝାନ୍ସୀରାଣୀ  ଆମେ ଲକ୍ଷ୍ମୀ ବାଇ

    ଆମେ ଯେ ଆରମ୍ଭ ଇତି।


ସ୍ୱର୍ଗ ଠାରୁ ବଡ଼ ବହିରେ ପଡିଛୁ

    ଭୋଗୁ ନରକ ଯନ୍ତ୍ରଣା

ପୁରୁଷ ସମାଜ ମଧ୍ୟରେ ରହିଛ

     ଭୁଲିଲୁ ନିଜ ଠିକଣା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy